ଅଗଷ୍ଟ ୧ରୁ ଷ୍ଟେଟ ବ୍ୟାଙ୍କରେ ମାଗଣାରେ କରିପାରିବେ ମନି ଟ୍ରାନ୍ସଫର

ନୂଆଦିଲ୍ଲୀ,୧୨/୭: ଦେଶର ସବୁଠାରୁ ବଡ଼ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏସ୍‌ବିଆଇ ଏହାର ଗ୍ରାହକମାନଙ୍କ ପାଇଁ ଆଣିଛି ଖୁସି ଖବର। ଗୋଟିଏ ଆକାଉଣ୍ଟରୁ ଆଉ ଏକ ଆକାଉଣ୍ଟକୁ ଅର୍ଥ ପଠାଇବା ପାଇଁ ବ୍ୟବହାର କରାଯାଉଥିବା ଆଇଏମ୍‌ପିଏସ୍‌, ଏନ୍‌ଇଏଫ୍‌ଟି ଏବଂ ଆରଟିଜିଏସ୍‌ ଆଦି ବ୍ୟବସ୍ଥାରେ ଏଣିକି ସେମାନଙ୍କୁ ଆଉ କୌଣସି ଶୁଳ୍କ ଦେବାକୁ ପଡ଼ିବନି। ପୂର୍ବରୁ ରିଜର୍ଭ ବ୍ୟାଙ୍କ ସମସ୍ତ ବ୍ୟାଙ୍କଙ୍କୁ ଏହି ନିୟମ ଲାଗୁ କରି ଗ୍ରାହକଙ୍କୁ ଫାଇଦା ଦେବାକୁ ପ୍ରସ୍ତାବ ଦେଇଥିଲା। ତେବେ ଏସ୍‌ବିଆଇ ଆସନ୍ତା ଅଗଷ୍ଟ ୧ରୁ ଏହି ସୁବିଧା ଦେବ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ବର୍ତ୍ତମାନ ଟଙ୍କା ପଠାଇବା ପ୍ରକ୍ରିୟା ସହଜ ହୋଇଯାଇଥିଲେ ମଧ୍ୟ ପୂର୍ବରୁ ଏପରି କାରବାର ପାଇଁ ଆଇଏମ୍‌ପିଏସ୍‌, ଏନ୍‌ଇଏଫ୍‌ଟି ଏବଂ ଆରଟିଜିଏସ୍‌ ହିଁ ମୁଖ୍ୟ ମାଧ୍ୟମ ଥିଲା। ଏହି ବ୍ୟବସ୍ଥା ସାମୂହିକଭାବେ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ ଅଧୀନରେ ଥାଏ।

ଆଇଏମ୍‌ପିଏସ୍‌ – ଇମ୍ମିଡିଏଟ୍‌ ପେମେଣ୍ଟ ସର୍ଭିସେସ୍‌କୁ ସଂକ୍ଷେପରେ ଆଇଏମ୍‌ପିଏସ୍‌ କୁହାଯାଏ। ମୋବାଇଲ ଜରିଆରେ ଏହି କାରବାର କରାଯାଇଥାଏ। ଗ୍ରାହକ ନିଜ ମୋବାଇଲ ଜରିଆରେ ନିଜ ଆକାଉଣ୍ଟରୁ ଅନ୍ୟଜଣଙ୍କୁ ଅର୍ଥ ପଠାଇଥାନ୍ତି। ଏନ୍‌ପିସିଆଇ ଦ୍ୱାରା ଏହି ସୁବିଧା କରାଯାଇଛି।

ଏଥିରେ ୨୪ ଘଣ୍ଟା ଟଙ୍କା ପଠାଇବା କାମ କରିହୁଏ। ଏଥିରେ ସବୁଠାରୁ ବଡ଼ କଥା ହେଉଛି ପଠାଇବା କ୍ଷଣି ତ୍ୱରିତ ବେଗରେ ଅନ୍ୟ ଆକାଉଣ୍ଟରେ ସେହି ପରିମାଣର ଟଙ୍କା ଚଢ଼ିଯାଇଥାଏ। ଏପରିକି ରାତି ବା ଦିନ, ଯେକୌଣସି ସମୟରେ ଟଙ୍କା ପଠାଇଲେ ମଧ୍ୟ ଟଙ୍କା ପହଞ୍ଚିବାର ବେଗ ସମାନ ରହିବ। ଏପରିକି ଛୁଟି ଦିନରେ ମଧ୍ୟ ଏହା ବ୍ୟବହାର କରାଯାଇପାରିବ। ଅନ୍ୟ ବ୍ୟବସ୍ଥାରେ ଛୁଟି ଦିନରେ ଟଙ୍କା ଟ୍ରାନ୍ସଫର କଲେ ଏହା ୱାର୍କିଂ ଡେ’ ଯାଏ ପଡ଼ିରହିଥାଏ।

SBI_Festive_Digital Billboard