ଅଣ୍ଡା ରୋଲ୍‌ ତରକାରୀ

0

ସାମଗ୍ରୀ- ୪ ଗୋଟି ଅଣ୍ଡା, ୨୫୦ ଗ୍ରାମ କିମା ମାଂସ, ୨ଟା ପିଆଜ, ଅଦା, ୬ ପାଖୁଡ଼ା ରସୁଣ, ୬ ଟା ଲାଲ ଲଙ୍କା, ଏକ ଚାମଚ ଧନିଆ, ଦୁଇ ଖଣ୍ଡ ଡାଲିଚିନି, ଦୁଇଟା ଗୁଜୁରାତି, ଏକ ଗୋଟି ଟମାଟ, ଅଧକପ୍‌, ତେଲ, ଏକ ଚାମଚ ଘିଅ, ଦରକାର ଅନୁଯାୟୀ ଲୁଣ ଓ ହଳଦୀ ।
ପ୍ରଣାଳୀ-ଗୋଟିଏ ପିଆଜ ଏବଂ ଧନିଆ ପତ୍ରକୁ ଚୂନା ଚୂନା କରି କାଟିଦେବ । କିମା ମାଂସରେ ଲୁଣ ହଳଦୀ ଗୋଳାଇ ସିଝାଇଦେବ । କିମାମାଂସ, ପିଆଜ କଟା, ଦୁଇଟି ଅଣ୍ଡାକୁ ଭଲ ଭାବରେ ଫେଣ୍ଟି ମିଶାଇ ଦେବ । ତା’ ପରେ ଅନ୍ୟ ଦୁଇଟି ଅଣ୍ଡାକୁ ଫେଣ୍ଟି ଦେବ । ତାୱାରେ ତେଲ ଗରମ କରି ସେଥିରେ ଫେଣ୍ଟା ଅଣ୍ଡାକୁ ଢାଳି ଦେଇ ସେଥିରେ କିମା ମିଶା ଅଣ୍ଡା ଫେଣ୍ଟି ଦେଇ ଆମଲେଟ୍‌କୁ ଭାଜି ଦେଇ ଚେକା ଚେକା କରି ରଖିବେ । ଅନ୍ୟପଟେ ପିଆଜ ଦୁଇଟି,ଅଦା, ରସୁଣ, ଲଙ୍କା ଏବଂ ଡାଲଚିନିକୁ ବାଟି ରଖିଦେବେ । କରେଇରେ ତେଲ ଗରମ କରି ପିଆଜ ମସଲା ଏବଂ ଟମାଟକୁ ଭାଜିବେ । ମସଲାରୁ ଭଲ ବାସନା ଆସିଲେ ସେଥିରେ ଦୁଇ କମ୍‌ ପାଣି ଢାଳି ଦେବ । ଝୋଳ ପାଣି ଫୁଟିଗଲେ ଅଣ୍ଡା ରୋଲ୍‌ ପିସ୍‌, ଗରମ ମସଲା ଓ ଘିଅ ପକାଇ ପାଞ୍ଚ ମିନିଟ୍‌ ଫୁଟାଇ ତରକାରୀକୁ ଓହ୍ଲାଇଦେବ ।

SBI AD
Leave A Reply

Your email address will not be published.