ଟାଇଗର ଶ୍ରଫଙ୍କ ଫ୍ୟାନ୍ସମାନଙ୍କ ପାଇଁ ଖୁସି ଖବର । ୨୦୨୦ ମାର୍ଚ୍ଚ ୬ ତାରିଖ ବେଳକୁ ରିଲିଜ ହେବାକୁ ଯାଉଛି ବାଗିର ତୃତୀୟ ସଂସ୍କରଣ । ନିକଟରେ ବାଗି ୩ର ରିଲିଜ ଡେଟ୍ ଘୋଷଣା କରିବା ସହ ଟାଇଗରଙ୍କର ଏକ ନୂଆ ପୋଷ୍ଟର ମଧ୍ୟ ରିଲିଜ ହୋଇଛି । ରିଲିଜ ପୋଷ୍ଟରରେ ଟାଇଗର ଡ଼େୟାରିଙ୍ଗ ଲୁକ୍ ଦେଇଥିବାବେଳେ ଏହି ଫିଲ୍ମରେ ଟାଇଗର କିଛି ନୂଆ ଆକ୍ସନ ସିନ୍ କରିଛନ୍ତି ଯାହାକୁ ଦେଖି ଦର୍ଶକ ଭରପୁର ମଜା ଉଠାଇପାରିବେ । ପରଦାରେ ଟାଇଗରଙ୍କୁ ଦର୍ଶକ ଏକ ନୂଆ ଅବତାରରେ ଦେଖିବେ ବୋଲି କହିଛନ୍ତି ଫିଲ୍ମର ନିର୍ଦ୍ଦଶକ ସାଜିଦ୍ ନାଡ଼ିଆଡ଼ୱାଲା । ବାଗିର ଦ୍ୱିତୀୟ ସଂସ୍କରଣ ଚଳିତ ବର୍ଷ ମାର୍ଚ୍ଚମାସରେ ରିଲିଜ ହୋଇଥିବାବେଳେ ସେଥିରେ ଟାଇଗରଙ୍କ ସହ ରୋମାନ୍ସ କରିଥିଲେ ପୂର୍ବ ଗାର୍ଲଫ୍ରେଣ୍ଡ ଦିଶା ପଟ୍ଟାନୀ । ତେବେ ଫିଲ୍ମର ପ୍ରଥମ ସଂସ୍କରଣରେ ଟାଗର ଓ ଶ୍ରଦ୍ଧା କପୁରଙ୍କୁ ଏକାଠ ଦେଖିଥିଲେ ସିନେପ୍ରେମୀ । ପୂର୍ବରୁ ବାଗିର ଦୁଇଟିଯାକ ଫିଲ୍ମ ଦର୍ଶକଙ୍କୁ ବେଶ ମନାରଞ୍ଜନର ଖୋରାଖ ଯୋଗାଇଥିବାବେଳେ ଏବେ ମଧ୍ୟ ଦର୍ଶକଙ୍କ ଉତ୍କଣ୍ଠା ରହିଛି ଆଗାମୀ ଫିଲ୍ମକୁ ନେଇ । ବାଗିର ଅପ୍କମିଙ୍ଗ ଫିଲ୍ମରେ ଟାଇଗରଙ୍କ ସହ ସାରା ଅଲ୍ଲୀ ଖାନ୍ ରୋମାନ୍ସ କରିବା କଥା ଉଠୁଥିବାବେଳେ ଏନେଇ ସାରାଙ୍କୁ ପଚାରିବାରୁ ସାରା ସିଧା ସିଧା ମନା କରିଦେଇଥିଲେ । ଏହା ସହ ସାରା କହିଥିଲେ ଯେ ଏହା ଏକ ଗୁଜବ ବୋଲି । ଆସନ୍ତା ବର୍ଷ ଫିଲ୍ମଟି ରଲିଜ ହେବାପରେ ହିଁ ଜଣାପଡ଼ିବ ଟାଇଗର ଏଥର କାହାସହ ରୋମାନ୍ସ କରୁଛନ୍ତି ।