ଅପରାଜିତା ଷଡ଼ଙ୍ଗୀଙ୍କ ଭିଆରଏସ୍ ଆବେଦନକୁ ରାଜ୍ୟ ସରକାରଙ୍କ ଅନୁମତି

ଭୁବନେଶ୍ୱର,୧୪ /୧୧: ଓଡ଼ିଶା କ୍ୟାଡର ବରିଷ୍ଠ ଆଇଏଏସ ଅଧିକାରୀ ଅପରାଜିତା ଷଡଙ୍ଗୀ ଆଉ ସରକାରଙ୍କ ଅଧୀନରେ କାର୍ଯ୍ୟ କରିବେ ନାହିଁ। ବୁଧବାର ରାଜ୍ୟ ସରକାର ତାଙ୍କର ସେଚ୍ଛାକୃତ ଅବସର(ଭିଆରଏସ୍) ଆବେଦନକୁ ଅନୁମତି ପ୍ରଦାନ କରିଛନ୍ତି।
ରାଜ୍ୟରେ ଜଣେ ଦକ୍ଷ ଆଇଏଏସ ଅଧିକାରୀ ଭାବେ ସେ ବେଶ ଜଣାଶୁଣା। ତାଙ୍କର କାର୍ଯ୍ୟ ସମସ୍ତଙ୍କୁ ଚକିତ କରିଥିଲା । କେନ୍ଦ୍ରୀୟ ଡେପୁଟେସନ ଶେଷ ହେବା ପରେ ସେ ଗତ ଅକ୍ଟୋବର ମାସରେ ଓଡ଼ିଶା ଫେରିବାର ଥିଲା ବେଳେ ସେ ରାଜ୍ୟ ସରକାରଙ୍କୁ ଚାକିରିରୁ ଭିଆରଏସ ନେବା ପାଇଁ ଆବେଦନ କରିଥିଲେ। ଗତ ୨୦୧୩ରେ ସେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ । ସେତେବେଳେ ସେ ରାଜ୍ୟ ବୟନଶିଳ୍ପ ସଚିବ ଥିଲେ। ପରେ କେନ୍ଦ୍ରରେ ସେ ଗ୍ରାମୀଣ ବିକାଶ ସଚିବ ଭାବେ ଯୋଗଦେଇଥିଲେ ।
ସେ ବିଏମସି କମିଶନର ଥିବାବେଳେ ତାଙ୍କ କାର୍ଯ୍ୟ ପ୍ରଶଂସାଯୋଗ୍ୟ ହୋଇଥିଲା ଏବଂ ସେ ବହୁଳ ଭାବେ ଚର୍ଚ୍ଚିତ ହୋଇଥିଲେ। ତେବେ ଭିଆରଏସ୍ ନେବା ପରେ ସେ ରାଜନୀତିରେ ପ୍ରବେଶ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।