ଆଜିର ରାଶିଫଳ (ସୋମବାର)

ତା : ୧୬/୧୧/୨୦୨୬

ମେଷ : ଆଜି ଆପଣଙ୍କ ପାଇଁ ଦିନଟି ଶୁଭ ରହିବ । କଠିନ ପରିଶ୍ରମ ଯୋଗୁଁ ବ୍ୟବସାୟରେ ଉନ୍ନତି ହେବା ସହ ଆର୍ଥିକ ଲାଭ ମିଳିବ । କର୍ମକ୍ଷେତ୍ରରେ ସହକର୍ମୀ ଓ ବନ୍ଧୁମାନଙ୍କଠାରୁ ସହଯୋଗ ପାଇବେ । ନିଜ ପରିଶ୍ରମ ବଳରେ ଅଧୁରା କାମ ସଫଳ କରିପାରିବେ । ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବାର ସୁଯୋଗ ମିଳିପାରେ । ପାରିବାରିକ ଜୀବନ ସୁଖମୟ ରହିବ । ପରିବାର ସହ ଭଲ ସମୟ ବିତାଇବେ । ତେବେ ସନ୍ତାନଙ୍କୁ ନେଇ କିଛି ଚିନ୍ତା ରହିପାରେ । ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ ।

ବୃଷ : ଆଜି ଆପଣଙ୍କ ପାଇଁ ଦିନଟି ଭଲ ରହିବ । ବ୍ୟବସାୟରେ ଉନ୍ନତି ସହ ଆର୍ଥିକ ଲାଭ ମିଳିବାର ଯୋଗ ରହିଛି । କର୍ମକ୍ଷେତ୍ରରେ ସଫଳତା ମିଳିବା ଫଳରେ ମନୋବଳ ବୃଦ୍ଧି ପାଇବ । ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ । ପାରିବାରିକ ପରିବେଶ ଭଲ ରହିବ, କିନ୍ତୁ କଥାବାର୍ତ୍ତା ସମୟରେ ସଂଯମ ରଖନ୍ତୁ । ଆପଣଙ୍କ କୌଣସି କଥାକୁ ନେଇ ଭୁଲ ବୁଝାମଣା କିମ୍ବା ବିବାଦ ହୋଇପାରେ । ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ସହ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଶୁଭ ରହିବ । ପରିଶ୍ରମ ଅନୁସାରେ ଭଲ ଫଳ ମିଳିବ ।

ମିଥୁନ : ଆଜି ଆପଣଙ୍କ ପାଇଁ ଦିନଟି ଶୁଭ ରହିବ । ବ୍ୟବସାୟରେ ଉନ୍ନତି ହେବା ସହ କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ । ଆର୍ଥିକ ସ୍ଥିତି ମଜବୁତ ହେବ । ଧାର୍ମିକ ଓ ସାମାଜିକ କାର୍ଯ୍ୟରେ ମନ ଲାଗିବା ସହ ସମାଜରେ ଆପଣଙ୍କ ସମ୍ମାନ ବୃଦ୍ଧି ପାଇବ । ସହକର୍ମୀଙ୍କଠାରୁ ପୂର୍ଣ୍ଣ ସହଯୋଗ ମିଳିବ । ପାରିବାରିକ ଜୀବନ ଆନନ୍ଦମୟ ରହିବ । ଜମି କିମ୍ବା ଯାନବାହନ କିଣିବା ପାଇଁ ଯୋଜନା କରିପାରନ୍ତି । ନୂଆ ନିବେଶ ପୂର୍ବରୁ ଭଲଭାବେ ବିଚାର କରନ୍ତୁ । ଅନାବଶ୍ୟକ ଚିନ୍ତାରୁ ଦୂରେଇ ରହିଲେ ମାନସିକ ଶାନ୍ତି ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ ।

କର୍କଟ : ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରହିବ । କର୍ମକ୍ଷେତ୍ରରେ ଛୋଟମୋଟ ସମସ୍ୟା ଦେଖାଦେଇପାରେ । କାର୍ଯ୍ୟଭାର ଅଧିକ ରହିବାରୁ ଦିନଟି ବ୍ୟସ୍ତତାରେ କଟିବ । ତଥାପି ଆପଣଙ୍କ କଠିନ ପରିଶ୍ରମ ଓ ନିଷ୍ଠା ଆର୍ଥିକ ଲାଭ ଏବଂ ସଫଳତା ଆଣିଦେବ । ଅନାବଶ୍ୟକ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । କାର୍ଯ୍ୟ ଚାପ ଯୋଗୁଁ ଶାରୀରିକ ଓ ମାନସିକ ଥକାପଣ ଅନୁଭବ କରିପାରନ୍ତି । ପାରିବାରିକ ପରିବେଶ ଭଲ ରହିବ ଏବଂ ପରିବାର ସଦସ୍ୟଙ୍କ ସହଯୋଗ ମିଳିବ । ନିଜ ସ୍ୱାସ୍ଥ୍ୟକୁ ଅବହେଳା ନକରି ବିଶ୍ରାମ ନିଅନ୍ତୁ ।

ସିଂହ : ଆଜି ଆପଣଙ୍କ ପାଇଁ ଦିନଟି ସାଧାରଣ ରହିବ । ବ୍ୟବସାୟିକ କାର୍ଯ୍ୟକଳାପ ମଧ୍ୟମ ରହିବା ସହ କର୍ମକ୍ଷେତ୍ରରେ କାମର ଚାପ ବଢ଼ିପାରେ । ଅଧିକ ପରିଶ୍ରମ କରିବା ସତ୍ତ୍ୱେ ଆଶା ଅନୁସାରେ ସଫଳତା ନମିଳିବାରୁ ମନ ଦୁଃଖ ହୋଇପାରେ । ତେଣୁ ଧୈର୍ଯ୍ୟ ରଖନ୍ତୁ ଏବଂ କ୍ରୋଧ ଉପରେ ନିୟନ୍ତ୍ରଣ କରନ୍ତୁ । କଥାବାର୍ତ୍ତାରେ ସଂଯମ ନରଖିଲେ ବିବାଦରେ ପଡ଼ିପାରନ୍ତି । ପାରିବାରିକ ପରିବେଶ ଭଲ ରହିବ ଏବଂ ସଦସ୍ୟଙ୍କ ସହଯୋଗ ମିଳିବ । ଆର୍ଥିକ କାରବାର ଓ କୋର୍ଟ ସମ୍ବନ୍ଧୀୟ ମାମଲାରୁ ଦୂରେଇ ରୁହନ୍ତୁ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ଏବଂ ଅଯଥା ଯାତ୍ରା ଏଡ଼ାନ୍ତୁ ।

କନ୍ୟା : ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରହିବ । କର୍ମକ୍ଷେତ୍ରରେ କିଛି ପରିବର୍ତ୍ତନ ହେବାର ସମ୍ଭାବନା ରହିଛି, ଯାହା ଆରମ୍ଭରେ ଅସୁବିଧା ସୃଷ୍ଟି କରିପାରେ । ବ୍ୟବସାୟିକ କାର୍ଯ୍ୟ ଆଗକୁ ବଢ଼ିବ ଏବଂ ପରିଶ୍ରମ ଅନୁସାରେ ଆର୍ଥିକ ଲାଭ ମିଳିବ । ତେବେ ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ, ତେଣୁ ଖର୍ଚ୍ଚ କରିବା ସମୟରେ ସତର୍କ ରୁହନ୍ତୁ । ପାରିବାରିକ ପରିବେଶ ଭଲ ରହିବ, କିନ୍ତୁ ସଦସ୍ୟଙ୍କ ସହ ସମନ୍ୱୟ ରଖିବା ଜରୁରୀ । ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଅନୁକୂଳ ରହିବ । ପାଠପଢ଼ାରେ ଭଲ ଫଳ ମିଳିପାରେ । ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ ଏବଂ ନିୟମିତ ଖାଦ୍ୟପେୟ ଓ ବିଶ୍ରାମ ଉପରେ ଧ୍ୟାନ ଦିଅନ୍ତୁ ।

ତୁଳା : ଆଜି ଆପଣଙ୍କ ପାଇଁ ଦିନଟି ଶୁଭ ରହିବ । ବ୍ୟବସାୟିକ କାର୍ଯ୍ୟକଳାପରେ ଉନ୍ନତି ହେବା ସହ ବ୍ୟବସାୟ ବିସ୍ତାର ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ । ଅପ୍ରତ୍ୟାଶିତ ଆର୍ଥିକ ଲାଭ ମିଳିବାର ଯୋଗ ରହିଛି । ଚାକିରିରେ ପଦୋନ୍ନତି କିମ୍ବା କର୍ମକ୍ଷେତ୍ର ପରିବର୍ତ୍ତନ ହୋଇପାରେ । ନିଜ କାର୍ଯ୍ୟରେ ସଫଳତା ମିଳିବାରୁ ମନ ଖୁସି ରହିବ । ପାରିବାରିକ ପରିବେଶ ସୁଖମୟ ରହିବ । ପରିବାର ଓ ବନ୍ଧୁଙ୍କ ସହ ପିକନିକ୍ କିମ୍ବା ଧାର୍ମିକ ସ୍ଥାନକୁ ଯାତ୍ରା କରିବାର ଯୋଜନା ହୋଇପାରେ । ଦିନଟି ଆନନ୍ଦରେ କଟିବ । ସ୍ୱାସ୍ଥ୍ୟ ଭଲ ରହିବା ସହ ମାନସିକ ଶାନ୍ତି ମିଳିବ ।

ବିଛା : ଆଜି ଆପଣଙ୍କ ପାଇଁ ଦିନଟି ଭଲ ରହିବ । ବ୍ୟବସାୟରେ ଆର୍ଥିକ ଲାଭ ହେବାର ସୁଯୋଗ ରହିଛି । କାର୍ଯ୍ୟଭାର ଅଧିକ ରହିଲେ ମଧ୍ୟ ଆପଣଙ୍କ ପରିଶ୍ରମ ସଫଳତା ଆଣିଦେବ । ବ୍ୟବସାୟିକ କାର୍ଯ୍ୟରେ ଯାତ୍ରା କରିବାକୁ ପଡ଼ିପାରେ । ପାରିବାରିକ ଜୀବନ ସୁଖମୟ ରହିବ ଏବଂ ପରିବାର ସଦସ୍ୟଙ୍କ ମଧ୍ୟରେ ଭଲ ସମନ୍ୱୟ ରହିବ । ସନ୍ତାନଙ୍କଠାରୁ ସହଯୋଗ ଓ ସମର୍ଥନ ପାଇବେ । ପ୍ରତ୍ୟେକ ପରିସ୍ଥିତିରେ ସକାରାତ୍ମକ ମନୋଭାବ ବଜାୟ ରଖନ୍ତୁ । ଆର୍ଥିକ କାରବାର କରିବା ସମୟରେ ସତର୍କ ରୁହନ୍ତୁ । ବ୍ୟବସାୟରେ ଅଧିକ ବିପଦ ନିଅନ୍ତୁ ନାହିଁ । ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ସହ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

ଧନୁ : ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରହିବ । ବ୍ୟବସାୟ ଓ ଚାକିରି କ୍ଷେତ୍ରରେ ଆଶା ଅନୁସାରେ ସଫଳତା ମିଳିବା ସହ ଆର୍ଥିକ ଲାଭ ହୋଇପାରେ । ନୂଆ ପ୍ରକଳ୍ପ ଆରମ୍ଭ କରିବା ସହ ବ୍ୟବସାୟ ବିସ୍ତାର ପାଇଁ ଯୋଜନା କରିବେ । ତେବେ କାର୍ଯ୍ୟକ୍ଷେତ୍ରରେ କାମର ଚାପ ଅଧିକ ରହିବ । ଅଧିକ ପରିଶ୍ରମ ଯୋଗୁଁ ଥକାପଣ ଅନୁଭବ କରିପାରନ୍ତି । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ, ନଚେତ୍ ପାରିବାରିକ ମତଭେଦ ଦେଖାଦେଇପାରେ । ପରିବାର ସଦସ୍ୟଙ୍କ ସହଯୋଗ ମିଳିବ । କାର୍ଯ୍ୟ ଓ ପରିବାର ମଧ୍ୟରେ ସମନ୍ୱୟ ରଖନ୍ତୁ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ସହ ଯଥେଷ୍ଟ ବିଶ୍ରାମ ନିଅନ୍ତୁ ।

ମକର : ଆଜି ଆପଣଙ୍କ ପାଇଁ ଦିନଟି ଶୁଭ ରହିବ । କର୍ମକ୍ଷେତ୍ରରେ ସଫଳତା ମିଳିବା ସହ ଆର୍ଥିକ ଲାଭ ହେବ । ଦୀର୍ଘଦିନ ଧରି ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ନୂଆ ନିଯୁକ୍ତି ସୁଯୋଗ ମିଳିପାରେ । ଚାକିରି ପରିବର୍ତ୍ତନ କିମ୍ବା ପଦୋନ୍ନତିର ଯୋଗ ମଧ୍ୟ ରହିଛି । ତେବେ ଅନାବଶ୍ୟକ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ପାରିବାରିକ ପରିବେଶ ଅନୁକୂଳ ରହିବ ଏବଂ ସଦସ୍ୟଙ୍କ ସହ ସମ୍ପର୍କ ମଜବୁତ ହେବ । ଧାର୍ମିକ ଓ ସାମାଜିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ । ପରିବାର ସହ ଦୂରଯାତ୍ରାର ଯୋଜନା ହୋଇପାରେ । ସ୍ୱାସ୍ଥ୍ୟ ଭଲ ରହିବ ଏବଂ ମନ ପ୍ରଫୁଲ୍ଲିତ ରହିବ ।

କୁମ୍ଭ : ଆଜି ଆପଣଙ୍କ ପାଇଁ ଦିନଟି ସାଧାରଣ ରହିବ । କର୍ମକ୍ଷେତ୍ରରେ କାମର ଚାପ ଅଧିକ ରହିବା ସହ ଦିନଟି ବ୍ୟସ୍ତତାରେ କଟିବ । ପରିଶ୍ରମ ଅନୁସାରେ ସଫଳତା ନମିଳିବାରୁ ମନରେ ଅସନ୍ତୋଷ ଦେଖାଦେଇପାରେ । କାମର ଚାପ ଯୋଗୁଁ ମାନସିକ ଚିନ୍ତା ବଢ଼ିପାରେ । ତେଣୁ ଧୈର୍ଯ୍ୟ ରଖିବା ସହ କ୍ରୋଧ ଓ କଥାବାର୍ତ୍ତା ଉପରେ ନିୟନ୍ତ୍ରଣ କରନ୍ତୁ । ଅନାବଶ୍ୟକ ବିବାଦରୁ ଦୂରେଇ ରୁହନ୍ତୁ। ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ । ଈଶ୍ୱରଙ୍କ ଆରାଧନା ମନକୁ ଶାନ୍ତି ଦେବ । ପାରିବାରିକ ପରିବେଶ ଭଲ ରହିବ ଏବଂ ପରିବାରରୁ ପୂର୍ଣ୍ଣ ସହଯୋଗ ମିଳିବ ।

ମୀନ : ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରହିବ । ବ୍ୟବସାୟିକ କାର୍ଯ୍ୟକଳାପ ମଧ୍ୟମ ରହିବା ସହ କିଛି ଛୋଟମୋଟ ସମସ୍ୟା ଦେଖାଦେଇପାରେ । କାର୍ଯ୍ୟଭାର ଅଧିକ ରହିବାରୁ ସଫଳତା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ । ବ୍ୟବସାୟ ବିସ୍ତାର ପାଇଁ ନୂଆ ଯୋଜନା କରିପାରନ୍ତି, କିନ୍ତୁ ତରବରିଆ ଭାବେ ତାହାକୁ କାର୍ଯ୍ୟକାରୀ କରନ୍ତୁ ନାହିଁ । ଭଲଭାବେ ବିଚାର ନକରି ନିଷ୍ପତ୍ତି ନେଲେ ଆର୍ଥିକ କ୍ଷତି ହୋଇପାରେ । ପାରିବାରିକ ପରିବେଶ ଅନୁକୂଳ ରହିବ । ପରିବାର ଓ ବନ୍ଧୁଙ୍କଠାରୁ ପୂର୍ଣ୍ଣ ସହଯୋଗ ମିଳିବ । ଧୈର୍ଯ୍ୟର ସହ କାମ କରନ୍ତୁ ଏବଂ ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।