ଭୁବନେଶ୍ୱର, ୧୭/୧୧ : ଇଣ୍ଟରନ୍ୟାସ୍ନାଲ୍ କୋର୍ଟ ଅଫ୍ ଜଷ୍ଟିସ୍ (ଆଇସିଜେ)ର ପ୍ରେସିଡେଣ୍ଟ ଜଜ୍ ଇୱାସାୱା ୟୁଜିଙ୍କୁ ୨୦୨୪ ବର୍ଷ ପାଇଁ ସମ୍ମାନଜନକ କିସ୍ ହ୍ୟୁମାନିଟାରିଆନ୍ ସମ୍ମାନ ପ୍ରଦାନ କରାଯାଇଛି। ଶିକ୍ଷା ଓ ଆଇନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । କିଟ୍ ଓ କିସ୍ ସଭାପତି ଶାଶ୍ୱତୀ ବଳ, ଉପସଭାପତି ଉମାପଦ ବୋଷଙ୍କ ଉପସ୍ଥିତିରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଇସିଜେର ଜଜ୍ ବୋଗଦାନ-ଲୁସିଆନ୍ ଆଉରେସ୍କୁ ଓ ଲିଓନାର୍ଡୋ ନେମର କାଲଡେଇରା ବ୍ରାଣ୍ଟ, ଜାତୀୟ ମହିଳା ଆୟୋଗର ଅଧ୍ୟକ୍ଷା ବିଜୟା ରାହତକର, ଉତ୍ତରପ୍ରଦେଶସ୍ଥିତ ପଣ୍ଡିତ ରାମ ନାରାୟଣ ଶର୍ମା ଏଜୁକେସନାଲ୍ ଟ୍ରଷ୍ଟ ଓ ଆରଏନ୍ ଏସ୍ ୱାର୍ଲ୍ଡ ସ୍କୁଲ୍ ର ଅଧ୍ୟକ୍ଷା ଡ. ଅନୁରାଧା ଶର୍ମା (ମାତାଜୀ) ଏବଂ କଟକସ୍ଥିତ ଜୟଭାରତ ଫାଉଣ୍ଡେସନ୍ ଓ ଭାରତ ମସଲାର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ପଣ୍ଡା ଓ କିସ ବିଶ୍ବବିଦ୍ୟାଳୟର କୁଳାଧିପତି ଅଶୋକ କୁମାର ପରିଜା ଓ କୁଳପତି ଶରଣଜିତ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସମ୍ମାନ ଗ୍ରହଣ କରିବା ସହ କିସ୍ ଓ ଏହାର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଦେଇଥିଲେ ଜଜ୍ ଇୱାସାୱା ୟୁଜି। ସୂଚନାଯୋଗ୍ୟ, ପୂର୍ବରୁ ଏହି ସମ୍ମାନଜନକ ସମ୍ମାନ ଲାଭ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ବିଶ୍ୱର ବହୁ ବିଶିଷ୍ଟ ରାଷ୍ଟ୍ରନେତା, ନୋବେଲ୍ ବିଜେତା ଏବଂ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିମାନେ ଅଛନ୍ତି । ଏହା କିସ୍ ହ୍ୟୁମାନିଟାରିଆନ୍ ସମ୍ମାନର ବ୍ୟାପକ ଅନ୍ତର୍ଜାତୀୟ ଗ୍ରହଣୀୟତା ଓ ସମ୍ମାନକୁ ସୂଚୀତ କରିଥାଏ । ଏହି ଅବସରରେ କିସ୍ର ୪୦ ହଜାର ଛାତ୍ରଛାତ୍ରୀ ମଧ୍ୟ ଉପସ୍ଥିତ ଥିଲେ।