ଭୁବନେଶ୍ୱର,୨୦/୪ : ସୋମବାର ରାଜ୍ୟରେ ଆଉ ୭ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି। ଚିହ୍ନଟ ହୋଇଥିବା ୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ ଭଦ୍ରକ ଜିଲାର ହୋଇଥିବା ବେଳେ ୨ ଜଣ ବାଲେଶ୍ୱର ଜିଲାର ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନାରୁ ଜଣାପଡ଼ିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧ରୁ ବୃଦ୍ଧି ପାଇ ୬୮ରେ ପହଞ୍ଚିଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ପରୀକ୍ଷା କରାଯାଇଥିବା ୧୦ ହଜାର ୬୪୧ଟି ନମୁନା ମଧ୍ୟରୁ ୧୦ ହଜାର ୫୭୩ଟି ନେଗେଟିଭ୍ ଆସିଥିବାବେଳେ ୬୮ ଜଣଙ୍କର ପଜିଟିଭ ବାହାରିଛି।