ଆଜି ବି ସକାଳୁ ସକାଳୁ ତେଲ ଟାଙ୍କିରେ ପ୍ରବଳ ଭିଡ଼

ଭୁବନେଶ୍ବର, ୧୬/୦୫ : ଆଜି ବି ସକାଳୁ ସକାଳୁ ତେଲ ଟାଙ୍କିରେ ପ୍ରବଳ ଭିଡ଼। ସାରା ରାଜ୍ୟରେ ତେଲ ପାଇଁ ହାହାକାର । ପେଟ୍ରୋଲ ପମ୍ପ ଆଗରେ ଲୋକଙ୍କ ପ୍ରବଳ ଭିଡ଼ । ଘଣ୍ଟା ଘଣ୍ଟା ଧରି ଗାଡ଼ି ଧରି ଛିଡ଼ା ହେଉଛନ୍ତି ଲୋକେ । ଉପକୂଳରୁ ଉପାନ୍ତ। ଦକ୍ଷିଣରୁ ପଶ୍ଚିମ ରାଜ୍ୟର ସବୁଠି ପେଟ୍ରୋଲ ଓ ଡିଜେଲ ପାଇଁ ସମାନ ସ୍ଥିତି । ବହୁ ସ୍ଥାନରେ ପେଟ୍ରୋଲ ପମ୍ପରେ ସୀମିତ ତେଲ ଦିଆଯାଉଥିବାରୁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । କିଛି ସ୍ଥାନରେ ତେଲ ନଥିବାରୁ ପେଟ୍ରୋଲ ପମ୍ପ ବନ୍ଦ । ଆଉ ଯେଉଁଠି ତେଲ ମିଳୁଛି ସେଠାରେ ଅସମ୍ଭାଳ ଭିଡ଼ । ସକାଳରୁ ରାତି ଯାଏ ପେଟ୍ରୋଲ ପମ୍ପରେ ଗହଳି । ଦିନ ବଢୁଛି, ଲାଇନ ଲମ୍ବୁଛି । ବାଇକ, ଅଟୋ, କାର, ବସ୍ ଓ ଭାରୀ ଯାନ ଲମ୍ବା ଲାଇନ ଲଗାଉଛନ୍ତି । ପେଟ୍ରୋଲ ପମ୍ପ ଖୋଲିବା ଆଗରୁ ବାହାରେ ଧାଡ଼ି ଲାଗୁଛି । ଘଣ୍ଟା ଘଣ୍ଟା ଧରି ଲୋକଙ୍କୁ ଅପେକ୍ଷା କରିବାକୁ ପଡୁଛି । ଭିଡ଼ ଭିତରେ ଅନେକ ଲୋକ ତେଲ ନପାଇ ନିରାଶ ହୋଇ ଫେରୁଛନ୍ତି । ପେଟ୍ରୋଲ, ଡିଜେଲ ସଙ୍କଟ ବଢୁଥିବା ବେଳେ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସ୍ଥିତି ଏମିତି ହୋଇଛି ଯେ ରାସ୍ତା ନୁହେଁ ପେଟ୍ରୋଲ ପମ୍ପ ଆଗରେ ଅଧିକ ଯାନବାହନ ଦେଖିବାକୁ ମିଳୁଛି ।