ଭୁବନେଶ୍ୱର,୨୨/୧: ଆସନ୍ତା ସାଧାରଣ ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିବ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡି ଭଲ ପ୍ରଦର୍ଶନ କରିବା ନେଇ ନବୀନଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ନବୀନଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି ନିରଞ୍ଜନ । ନବୀନ ଯଦି ଜିତିବା ନେଇ ଦୃଢ଼ୋକ୍ତି କରୁଛନ୍ତି, ତେବେ ଏତେ ଡରୁଛନ୍ତି କାହିଁକି ବୋଲି ପ୍ରଶ୍ନ କରିଛନ୍ତି । ରାହୁଲ ଗାନ୍ଧିଙ୍କ କାର୍ଯ୍ୟକ୍ରମକୁ କାହିଁକି ଭଣ୍ଡୁର କରିବାକୁ ଉଦ୍ୟମ କରୁଛନ୍ତି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ରାଜ୍ୟରେ ୧୯ ବର୍ଷ ଶାସନ କରିବା ପରେ ବି ନେତା ସୃଷ୍ଟି କରିପାରିନାହାନ୍ତି, ଅନ୍ୟ ଦଳଠାରୁ ନେତା ନେଉଛନ୍ତି ନବୀନ । ଆଦର୍ଶର କଥା କହୁଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଦର୍ଶହୀନ ରାଜନୀତି କରୁଛନ୍ତି ବୋଲି କହିଲେ ନିରଞ୍ଜନ । ନବୀନ ପ୍ରଲୋଭନ ଦେଖାଇ ଭୋଟ ନେବାକୁ ଉଦ୍ୟମ କରୁଛନ୍ତି ।