ଖୁବ୍ଶୀଘ୍ର ଭାରତୀୟ ବଜାରରେ ଦୁଇଚକିଆ କାର୍ ଗଡ଼ୁଥିବାର ଦେଖିବାକୁ ମିଳିବ । ଜାପାନର ଏକ କମ୍ପାନୀ ଭାରତରେ ଏକ ଟୁହ୍ୱିଲର କାର ଲଞ୍ଚ କରିବାକୁ ଯୋଜନା କରୁଛି । ଏଥିପାଇଁ ଏହି କମ୍ପାନୀ ଏକ ଭାରତୀୟ କଂପାନୀ ସହିତ ପାର୍ଟନରସିପ ମଧ୍ୟ କରିବାକୁ ନିଷ୍ପତି କରିଛି । ଏହି ଦୁଇ ଚକିଆ କାରଟି ଦେଖିବାକୁ ବାଇକ୍ ଭଳି । ହେଲେ ଏଥିରେ କାର ଭଳି ଛାତ ଏବଂ ଡୋର ସିଷ୍ଟମ ରହିଛି । ତେବେ ବାଇକ ଭଳି ଦେଖାଯାଉଥିବା ଏହି କାରରେ ଏସି ଏବଂ ଅନ୍ୟାନ୍ୟ ସୁବିଧାମାନ ଉପଲବ୍ଧ । କାର ଭଳି ଦେଖା ଯାଉଥିବା ଏହି ବାଇକକୁ ନା ତ କାରଗୁଡିକର ଶ୍ରେଣୀଭୁକ୍ତ କରାଯାଇପାରିବ ନା ହିଁ ବାଇକଗୁଡିକ ଶ୍ରେଣୀରେ ଅନ୍ତର୍ଭୁକ୍ତ । ଏହାକୁ ଭାରତରେ ଲଂଚ କରିବା ପାଇଁ କଂପାନୀକୁ ଭାରତ ସରକାରରେ ପେଟେସନ ଦେଇ ଏକ ଅଲଗା କାଟାଗୋରୀ ପ୍ରସ୍ତୁତ କରିବାକୁ ପଡିବ । ଯାହାକୁ ବଜାଜ ନିଜ କ ୍ୱାଟ୍ରାସାଇକଲ ପାଇଁ କରିଛି । ଏହାର ମାଇଲେଜ ୮୦ କିଲୋମିଟର ପର୍ଯ୍ୟନ୍ତ ରହିବ । କାରଟିର ଦାମ ପାଖାପାଖି ୫୦ ହଜାର ଟଙ୍କାରେ ଭାରତୀୟ ବଜାରରେ ଲଞ୍ଚ କରାଯିବ ।