ତାଇବାନ୍ କମ୍ପାନୀ ଆସୁସ୍ ଖୁବ୍ଶୀଘ୍ର ଭାରତରେ ଜେନ୍ଫୋନ୍ ମ୍ୟାକ୍ସ ପ୍ରୋ ଏମ୍-ଟୁ ଲଞ୍ଚ କରିବାକୁ ଯାଉଛି । ଏହା ସହ କମ୍ପାନୀ ସୂଚନା ଅନୁସାରେ ବିକ୍ରି କାର୍ଯ୍ୟ ଫ୍ଲିପ୍କାର୍ଟ ଅନ୍ଲାଇନ୍ ସପିଂରୁ ଚାଲୁ ହେବ । କମ୍ପାନୀରୁ ଉନ୍ମୋଚିତ ଏକ ଟିଜର୍ ମୁତାବକ, ଏହି ଫୋନ୍ରେ ତିନୋଟି ରିଅର୍ କ୍ୟାମେରା ରହିଛି, କର୍ଣ୍ଣିଙ୍ଗ ଗ୍ଲୋରିଲା ଗ୍ଲାସ୍ ଡିସ୍ପ୍ଲେ ରହିଛି । ବିଶେଷତଃ ଏହି ଦୁଇ ପ୍ରକାରର ବିକ୍ରି ରହିବ ଗୋଟିଏ ୪ ଜିବି ରାମ୍, ୧୨୮ ଜିବି ଷ୍ଟୋରେଜ୍ ଓ ଅନ୍ୟଟି ୬ ଜିବି ରାମ୍ ସହ ୧୨୮ ଜିବି ଷ୍ଟୋରେଜ୍ କ୍ଷମତା ରହିବ । ଫୋନ୍ରେ କ୍ୱାଲକମ୍ ପ୍ରୋସେସର ୬୬୦ରେ ଗୁଣାତ୍ମକ ଗ୍ରାଫିକ୍ସ, ୬୩୬ କ୍ୱାଲକମ୍ ସ୍ନାପ୍ଡ୍ରାଗନ୍ ପ୍ରୋସେସରର ମଧ୍ୟ ରହିଛି । ଏହାର ମୁଖ୍ୟ କ୍ୟାମେରା ୧୩ ମେଗାପିକ୍ସେଲ୍ ବିଶିଷ୍ଟ ରହିବ ବୋଲି କୁହାଯାଉଛି । ଯେହେତୁ କେବଳ ଟିଜର୍ ହିଁ ଉନ୍ମୋଚିତ ହୋଇଛି ତେଣୁ ଏହି ଫୋନ୍ର ମୂଲ୍ୟ ଜଣାପଡିନାହିଁ ।