ଇସ୍ରୋର ଅହମଦାବାଦ କେନ୍ଦ୍ରରେ ଅଗ୍ନିକାଣ୍ଡ

ଅହମଦାବାଦ, ୨୮/୧୨: ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା(ଆଇଏସଆରଓ)ର ଅହମଦାବାଦ କାର୍ଯ୍ୟଳୟଠାରେ ଶୁକ୍ରବାର ଅପରାହ୍ନରେ ହଠାତ୍‌ ଅଗ୍ନୀକାଣ୍ଡ ଘଟିଥିବା ଜଣା ପଡିଛି । ନିଆଁକୁ ଆୟତ କରିବା ପାଇଁ ୫ ଟି ଦମକଳ ଗାଡି ଘଟଣା ସ୍ଥଳରେ ପହଁଚିଥିଲେ ବି ଗୋଟିଏ ଗାଡିର ବ୍ୟବହାର ହୋଇଥିଲା । ଏହି ଅଗ୍ନୀକାଣ୍ଡରେ କୌଣସି ବିଶେଷ କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି । ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୁଚନା ଅନୁଯାୟୀ, ଅଗ୍ନୀକାଣ୍ଡଟି ଇସ୍ରୋର ସ୍ପେଶ ଆପ୍ଲିକେଶନ ସେଣ୍ଟର(ଏସଏସି)ର ଭଣ୍ଡାର ଗୃହରେ ଘଟିଥିଲା । ଭଣ୍ଡାର ଗୃହର କାନ୍ଥରେ ଥିବା ୟୁ-ଫୋମ୍‌ ସାମଗ୍ରୀ ସଂସ୍ପର୍ଶରେ ଆସିବାରୁ ନିଆଁ ଖୁବ୍‌ ଜୋର୍‌ରେ ବ୍ୟାପିବାରେ ଲାଗିଥିଲା । ଏସ୍‌ଏସ ହେଉଛି ସହର ଭିତରେ ଇସ୍ରୋର ସବୁଠାରୁ ଗୁରୁତପୂର୍ଣ୍ଣ ଗବେଷଣା କେନ୍ଦ୍ର । ଏଠାରେ ସାଟେଲାଇଟ୍‌ ପାଇଁ ପ୍ଲେଲୋଡସ ତିଆରି ହୋଇଥାଏ ।