ପାରାଦ୍ୱୀପ,୬/୨: ଆଜି ପାରାଦ୍ୱୀପରେ କେନ୍ଦ୍ର ପରିବହନ ତଥା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ନୀତିନ ଗଡ଼କରୀ ୫୯୮୨ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ପାରାଦ୍ୱୀପ ପରିପ୍ରପଲିନ୍ କାରଖାନା ଓ ସ୍ୱଚ୍ଛ ପାଣ୍ୟର ବହୁମୁଖୀ ବର୍ଥର ଉଦଘାଟନ କରିଛନ୍ତି । ଏହି ଅବସରରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ବାଧକ ସାଜୁଥିବା ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଧର୍ମେନ୍ଦ୍ର । ଆଇଓସିଏଲ୍ ଭିତ୍ତି ପ୍ରସ୍ତର ସ୍ଥାପନ ପାଇଁ ଅଟଳ ବିହାରୀ ବାଜପେୟୀ ଆସିଥିଲେ । ଏହାକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପାରାଦ୍ୱୀପକୁ ପୃଥିବୀର ଗୋଟିଏ କ୍ରିୟାଶୀଳ ସ୍ଥାନ ରୂପେ ପରିଚିତ କରିବାକୁ ଲକ୍ଷ୍ୟ ରହିଛି । ଯେତେବେଳେ ମୋଦୀ ଶାସନଭାର ହାତକୁ ନେଲେ ସେତେବେଳେ ପୋର୍ଟର ବ୍ୟବସାୟ ୬୮ ଶହ ମିଲିୟନ୍ ମେଟ୍ରିକ୍ ଟନ୍ ଥିଲା । ଏହାକୁ ନୀତିନ୍ ଗଡ଼କାରୀ ଦୂରଦୃଷ୍ଟି କାରଣରୁ ପାରାଦ୍ୱୀପ ଆଜି ଭାରତର ଏକ ନମ୍ବର ପୋର୍ଟ ହେବାକୁ ଯାଉଛି ଏବଂ ଏହାର ବ୍ୟବସାୟ ୧୧୦ ମିଲିୟନ୍ ମେଟ୍ରିକ୍ ଟନ୍ରେ ପହଁଚିଛି ।
ସେହିପରି ଦାମ ରାଉତଙ୍କ ସହିତ ସହମତ ହୋଇ କହିଛନ୍ତି ଯେ ସ୍ଥାନୀୟ ଅଂଚଳ ବାସିନ୍ଦାଙ୍କ ପାଇଁ ଅନେକ ଥଇଥାନ ସଂପର୍କରେ ରାଜ୍ୟ ସରକାରଙ୍କ ନୀତି ନିର୍ଦ୍ଦେଶକୁ ପାଳନ କରିବାକୁ ପାରାଦ୍ୱୀପ ପୋର୍ଟ ଓ ପାରାଦ୍ୱୀପ ଆଇଓସିଏଲ୍ ରହିବେ । କିଏ ଜମିହରା, ଅଧିକାରୀ, ରୋଜଗାର ଓ ସ୍ୱରୋଜଗାର କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରିବାରେ କେନ୍ଦ୍ରର ଉଦ୍ୟୋଗଗୁଡ଼ିକ ଆଗରେ ରହିବ ଏହାର ଦାୟିତ୍ୱ ନିଜେ ନେବେ ବୋଲି ଧର୍ମେନ୍ଦ୍ର ପ୍ରତିଶ୍ରୁତି ଦେଇଛନ୍ତି । ୪୧୫ କିଲୋମିଟର୍ର ଉପକୂଳ ରାଜପଥ କେନ୍ଦ୍ର ସରକାରଙ୍କ ଓଡ଼ିଶା ପାଇଁ ଉପହାର ହେବ । କିନ୍ତୁ ରାଜ୍ୟ ସରକାର ଏହା ପାଇଁ ସହଯୋଗୀ ହେବା ପରିବର୍ତ୍ତେ ବାଧକ ସାଜିଛନ୍ତି । ୨୦୧୫ରୁ ୪ ବର୍ଷ ହେଲା ନିରବ ରହିଛନ୍ତି । ଏଥିପାଇଁ ଆବଶ୍ୟକ ଆନୁସଙ୍ଗୀକ ପଦକ୍ଷେପ ନେଉ ନାହାଁନ୍ତି । ସ୍ୱାମୀ ମରୁ ପଛେ ସଉତୁଣୀ ବିଧବା ହେଉ ନୀତିକୁ ଆପଣାଇଛନ୍ତି ରାଜ୍ୟ ସରକାର । ଯଦି ଓଡ଼ିଶାର ବିକାଶ ଚାହୁଁଛନ୍ତି ତେବେ ଆଜି ସନ୍ଧ୍ୟା ଉପକୂଳ ରାଜପଥ ପାଇଁ ଯଦି ଓଡ଼ିଶାର ବିକାଶ ଚାହୁଁଛନ୍ତି ତେବେ ଆଜି ସନ୍ଧ୍ୟା ଜାତୀୟ ଉପକୂଳ ରାଜପଥ ପାଇଁ ସହଯୋଗୀର ହାତ ବଢ଼ାଇବାକୁ ଆହ୍ୱାନ କରିଛନ୍ତି ଧର୍ମେନ୍ଦ୍ର । ସେହିପରି ପାରାଦ୍ୱୀପରେ ପ୍ଲାଷ୍ଟିକ୍ ପାର୍କ ନିର୍ମାଣ ପାଇଁ ଯୋଜନା ରହିଛି । ଏଥିପାଇଁ ଆଇଓସିଏଲ୍ ପାର୍ଟନର୍ ହେବା ପାଇଁ ବୁଝାମଣା ସ୍ୱାକ୍ଷର ହୋଇଥିଲା । ରାଜ୍ୟ ସରକାରଙ୍କୁ ଆଇଓଏସିଲ୍ ୨୫ କୋଟି ଟଙ୍କା ଦେବାକୁ କହୁଥିବା ବେଳେ ସିଏ ନେଉ ନାହାଁନ୍ତି । କାରଣ ମୋଦୀ ଓ ଧର୍ମେନ୍ଦ୍ରଙ୍କୁ କାଳେ ପ୍ରଂଶସା ମିଳିବ ।
ସେହିପରି ଏହି କାର୍ୟ୍ୟ।କ୍ରମରେ ଯୋଗ ଦେଇ ପାରାଦ୍ୱୀପ ବିଧାୟକ ଦାମୋଦର ରାଉତ କହିଛନ୍ତି ଯେ କେନ୍ଦ୍ର ସରକାର ପାରାଦ୍ୱୀପ ପୋର୍ଟର ସଂପ୍ରସାରଣ ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି ଯାହାକି ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ ପଦକ୍ଷେପ । କିନ୍ତୁ ଏଠାରେ ୧୮ ହଜାର ଏକର ଚାଷ ଜମି ସମର୍ପିତ କରିଥିବା ଲୋକଙ୍କୁ କିଛି ମିଳୁ ପାରୁ ନାହିଁ । ପୋର୍ଟ ଓ ପ୍ରକଳ୍ପ ପାଇଁ ଜମି ହରାଇଥିବା ଲୋକଙ୍କ ପିଲାଙ୍କୁ ରୋଜଗାରକ୍ଷମ କରିବା ଦିଗରେ ପଦକ୍ଷେପ ନେବାକୁ ପାରାଦ୍ୱୀପ ବିଧାୟକ ଦାମୋଦର ରାଉତ ଅନୁରୋଧ କରିଛନ୍ତି ।