ଓଡ଼ିଶାକୁ ବାତ୍ୟା ଭୟ ନାହିଁ

ଭୁବନେଶ୍ୱର,୫/୫:ଓଡିଶାକୁ ନାହିଁ ବାତ୍ୟା ଭୟ । ଆଜି ଭାରତୀୟ ପାଣିପାଗ ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏହା ସ୍ପଷ୍ଟ କହିଛନ୍ତି। ତିନି ଦିନ ତଳେ ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ତାହା ବର୍ତ୍ତମାନ ସ୍ଥିର ରହିଛି ।ଓଡିଶା ପ୍ରତି ଏହାର କୌଣସି ବିପଦ ନାହିଁ ବୋଲି ସ୍ପଷ୍ଟ କରିଛି ପାଣିପାଗ ବିଭାଗ । ତେବେ ଏହାର ପ୍ରଭାବରେ ଓଡିଶାରେ ବାତ୍ୟା ସମ୍ଭାବନା ନାହିଁ ବୋଲି ଆଇଏମଡି ଡିଜି ସ୍ପଷ୍ଟ କରିଛନ୍ତି ।