ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ୧୭୭

ଭୁବନେଶ୍ୱର,୬।୫: ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୭ରେ ପହଞ୍ଚିଛି। ତେବେ ଏହି ଆକ୍ରାନ୍ତଜଣକ ଗଂଜାମ ଜିଲାର ଏବଂ ସୁରତରୁ ଫେରିଛନ୍ତି ବୋଲି ବୁଧବାର ଲୋକ ସୂଚନା ଓ ସମ୍ପର୍କ ବିଭାଗ ତରଫରୁ ଟୁଇଟ କରି ସୂଚନା ଦିଆଯାଇଛି।