ଚେନ୍ନାଇ,୨୯/୬: ତାମିଲନାଡୁର ପୁଲିସ ମହାନିର୍ଦ୍ଦେଶକ ଭାବେ ଆଇପିଏସ୍ ଅଫିସର ଜଳଦ କୁମାର ତ୍ରିପାଠୀଙ୍କୁ ନିଯୁକ୍ତି ଦିଆଯାଇଛି । କେବଳ ପୁଲିସ ଡିଜି ନୁହେଁ, ପୋଲିସ ଫୋର୍ସର ମୁଖ୍ୟ ଭାବେ ମଧ୍ୟ ସେ ଦାୟିତ୍ୱ ତୁଲାଇବେ ।
ଆସନ୍ତା ଜୁଲାଇ ୧ ତାରିଖରୁ ସେ ଦାୟିତ୍ୱଭାର ଗ୍ରହଣ କରିବେ ଓଡ଼ିଆ ଆଇପିଏସ୍ ଅଧିକାରୀ ଜେ.କେ.ତ୍ରିପାଠୀ । ପୂର୍ବରୁ ତାମିଲନାଡୁରେ ଟି.କେ ରାଜେନ୍ଦ୍ରନ୍ ପୋଲିସ ଡିଜି ପଦରେ ରହିଥିଲେ । ୧୯୮୫ ବ୍ୟାଚର ଅଧିକାରୀ ଶ୍ରୀ ତ୍ରିପାଠୀ ପୂର୍ବରୁ ଚେନ୍ନାଇର ପୁଲିସ କମିସନର ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି ।
ତେବେ ଆଗାମୀ ୨ ବର୍ଷ ପାଇଁ ଅର୍ଥାତ ୨୦୨୧ ପର୍ଯ୍ୟନ୍ତ ତାମିଲନାଡୁ ପୁଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇବେ ଜେ.କେ ତ୍ରିପାଠୀ ।ଓଡ଼ିଶାର ବାସିନ୍ଦା ଶ୍ରୀ ତ୍ରିପାଠୀ ୨୦୦୮ ମସିହାରେ ପବ୍ଲିକ ଆଡମିନିଷ୍ଟ୍ରେସନ୍ରେ ପରିଦର୍ଶିତା ଲାଗି ପ୍ରଧାନମନ୍ତ୍ରୀ ପୁରସ୍କାର ଲାଭ କରିଛନ୍ତି। ଏଥି ସହ ୨୦୦୨ ମସିହାରେ କମନ୍େଓ୍ଵଲଥ୍ ଆସୋସିଏସନ୍ ଫର୍ ପବ୍ଲିକ୍ ଆଡମିନିଷ୍ଟ୍ରେସନ୍ ଆଣ୍ଡ ମ୍ୟାନେଜମେଣ୍ଟ ପକ୍ଷରୁ ତାଙ୍କୁ ପ୍ରଶାସନ କ୍ଷେତ୍ରରେ ପରିବର୍ତ୍ତନ ଆଣିଥିବା ହେତୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଛି। ୨୦୦୧ ମସିହାରେ ଆଇପିଏସ୍ ଅଧିକାରୀ ତ୍ରିପାଠୀଙ୍କୁ ଇଣ୍ଟରନ୍ୟାସନାଲ୍ କମ୍ୟୁନିଟି ପୁଲିିସିଂ ପୁରସ୍କାର ମିଳିଛି।