ଭାରତୀୟ ଖାଦ୍ୟକୁ ଚଟପଟା ଓ ରାଗୁଆ ଯଦି ନହୁଏ ତେବେ ସେ ଖାଦ୍ୟର କୌଣସି ମଜା ନଥାଏ । ତେଣୁ ରୋଷେଇ ଘରେ କଞ୍ଚାଲଙ୍କାକୁ ଖୁବ୍ ବ୍ୟବହାର କରାଯାଏ । ତରକାରୀ ହେଉ ଅବା ଚଟଣୀ କଞ୍ଚାଲଙ୍କା ପଡିଲେ ତା’ର ସ୍ୱାଦ ଦୁଇଗୁଣା ହୋଇଯାଏ । କିନ୍ତୁ ଯଦି ଠିକ୍ ରୂପେ ତଦାରଖ ନକରାଯାଏ ଏହା ତୁରନ୍ତ ଶୁଖିଯାଏ । ଶୁଖିଗଲେ ଏହାର ସ୍ୱାଦ ସେତେ ଭଲ ଲାଗେନାହିଁ । ତେଣୁ ଜାଣନ୍ତୁ କିପରି ରଖିବେ କଞ୍ଚାଲଙ୍କାକୁ ସତେଜ-
ଖୋଲା ବ୍ୟାଗ୍ରେ ରଖନ୍ତୁ- କଞ୍ଚାଲଙ୍କାକୁ ଲମ୍ବା ସମୟ ବ୍ୟବହାର କରିବା ସହଜ ଓ ସ୍ୱାଦିଷ୍ଟ ହୋଇଥାଏ ତେଣୁ ଏହାକୁ ଧୋଇ ଶୁଖାଇ ମୁହଁ ଖୋଲା ଥିବା ବ୍ୟାଗ୍ରେ ରଖନ୍ତୁ । ବ୍ୟାଗ୍କୁ ଫ୍ରିଜ୍ରେ ରଖିଦିଅନ୍ତୁ । ଏପରି କରିବା ଦ୍ୱାରା ଲଙ୍କା ବହୁତ ଦିନ ପର୍ଯ୍ୟନ୍ତ ସତେଜ ରହିଥାଏ ।
କିଚେନ୍ ଟାେୱଲ୍ରେ ରଖନ୍ତୁ- ଯଦି ଆପଣ ୨୦-୨୫ ଦିନ ଛୁଟି କଟାଇବାକୁ ଯାଉଛନ୍ତି । ରୋଷେଇ ଘରେ ଥିବା ଲଙ୍କାକୁ ଆସିଲା ପରେ ବି ସେହିପରିି ସତେଜ ଅବସ୍ଥାରେ ଦେଖିବାକୁ ଚାହୁଁଛନ୍ତି, ତେବେ କିଚେନ୍ ଟାେୱଲରେ କଞ୍ଚାଲଙ୍କାକୁ ରଖି ତାକୁ ଏକ ଏୟାର ଟାଇଟ୍ ଡବାରେ ପୂରାଇ ଦିଅନ୍ତୁ ଉପରେ ଆଉ ଏକ ଟାେୱଲ୍ର ଆବରଣ ଦେଇଦିଅନ୍ତୁ । ଛୁଟି କାଟି ଫେରିବା ପର୍ଯ୍ୟନ୍ତ ଲଙ୍କା ସତେଜ ଥିବ ।
ଆଲୁମିନିୟମ୍ ଫଏଲ୍- ଯଦି କଞ୍ଚାଲଙ୍କାକୁ ଦୀର୍ଘଦିନ ସତେଜ ରଖିବାକୁ ଚାହୁଁଛନ୍ତି ତେବେ ଲଙ୍କାର ଉପରଭାଗକୁ କାଟିଦିଅନ୍ତୁ ଓ ଏହାକୁ ଏକ ଆଲୁମିନିୟମ୍ ଫଏଲ୍ରେ ଗୁଡାଇ ଏକ ପ୍ଲେଟ୍ରେ ରଖିଦିଅନ୍ତୁ ଓ ପ୍ଲେଟ୍ଟିକୁ ଆଲୁନିନିୟମ୍ ଫଏଲ୍ରେ ଘୋଡାଇ ଫ୍ରିଜ୍ରେ ରଖିଦିଅନ୍ତୁ । ଏପରି ରଖିବା ଦ୍ୱାରା କଞ୍ଚାଲଙ୍କା ୨ ମାସ ପର୍ଯ୍ୟନ୍ତ ସତେଜ ରହିବ ।
Prev Post
Next Post