ନୂଆଦିଲ୍ଲୀ,୨/୪ : କରୋନା ମହାମାରୀର ମୁକାବିଲା ପାଇଁ ଗଠିତ ପିଏମ୍ କେୟାର୍ସ ପାଣ୍ଠିକୁ ଯୋଗଗୁରୁ ରାମଦେବ ୨୫କୋଟି ଟଙ୍କା ଦାନ କରିଛନ୍ତି। ଏହା ସହିତ ରାମଦେବଙ୍କ ପରିଚାଳିତ ପତଞ୍ଜଳି ଅନୁଷ୍ଠାନର କର୍ମଚାରୀମାନେ ସେମାନଙ୍କର ଗୋଟିଏ ଦିନର ଦରମା ୧.୫କୋଟି ଟଙ୍କା ଏହି ପାଣ୍ଠିକୁ ଦାନ କରିଛନ୍ତି। ରାମଦେବଙ୍କ ଏପରି ମହାନତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଟ୍ୱିଟର ମାଧ୍ୟମରେ ଧନ୍ୟବାଦ ଜଣାଇଛନ୍ତି।
