ନୂଆଦିଲ୍ଲୀ,୨୮/୧: ଉତ୍ତର ପଦେଶ ପ୍ରୟାଗରାଜରେ ଏବେ ଚାଲିଛି ମହାକୁମ୍ଭ ମେଳା। କେବଳ ସାଧୁସନ୍ଥ ନୁହେଁ ରାଜନେତାମାନେ ମଧ୍ୟ ଏଥିରେ ବୁଡ ପକାଇବାରେ ବ୍ୟସ୍ତ ଅଛନ୍ତି। ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ମଧ୍ୟ କୁମ୍ଭରେ ବୁଡ ପକାଇଛନ୍ତି। ଏହାସହ ହନୁମାନଙ୍କ ଦର୍ଶନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେତେବେଳେ ସମ୍ରାଟ ହର୍ଷବର୍ଦ୍ଧନ ଏଠାକୁ ଆସୁଥିଲେ ସେତେବେଳେ ସେ ସବୁ ଦାନ କରୁଥିଲେ। ତେଣୁ ଏବେ କେନ୍ଦ୍ର ସରକାର ଏଠାରେ ଥିବା କିଲ୍ଲା ପ୍ରଦେଶକୁ ଦାନ କରିଦେବା ଉଚିତ୍। ତେବେ ଅଖିଳେଶଙ୍କ ଏହି ବୁଡକୁ ନେଇ ଚର୍ଚ୍ଚା ହେଉଛି କି ଏହାପରେ ହୁଏତ ସେ ରାଜ୍ୟରେ ସଂରକ୍ଷଣ ଉପରେ କିଛି ବଡ ଧରଣର ପରିବର୍ତ୍ତନ ଆଣି ପାରନ୍ତି ।