କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ୍ ଉପରେ ବଢ଼ାଇଲେ ଏକ୍ସସାଇଜ୍ ଡ୍ୟୁଟି

ନୂଆଦିଲ୍ଲୀ,୬/୫: କରୋନା ମୁକାବିଲା ପାଇଁ ସାରା ଦେଶରେ ଲକ୍ ଡାଉନ୍ ଜାରି ରହିଛି । ତେବେ ରାଜସ୍ବ ବଢ଼ାଇବା ପାଇଁ ପେଟ୍ରୋଲ ଓ ଡିଜେଲରେ ଏକ୍ସସାଇଜ୍ ଡ୍ୟୁଟି ବା ଉତ୍ପାଦ ଶୁଳ୍କ ବଢ଼ାଇଛନ୍ତି କେନ୍ଦ୍ର ସରକାର ।

ପେଟ୍ରୋଲରେ ଲିଟର ପିଛା ୧୦ ଟଙ୍କା ଏବଂ ଡିଜେଲରେ ୧୩ ଟଙ୍କା ଏକ୍ସସାଇଜ୍ ଡ୍ୟୁଟି ବୃଦ୍ଧି କରାଯାଇଛି । ତେବେ ଏହାର ପ୍ରଭାବ ଖୁଚୁରା ଦର ଉପରେ ବା ଗ୍ରାହକଙ୍କ ଉପରେ ପଡ଼ିବ ନାହିଁ ବୋଲି ସୂଚନା ଦିଆଯାଇଛି । ଅର୍ଥାତ୍ ଏହା ଯୋଗୁଁ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବ ନାହିଁ । ଆଜିଠାରୁ ଏହି ନୂଆ ନିର୍ଦ୍ଧାରିତ ଏକ୍ସସାଇଜ୍ ଡ୍ୟୁଟି ଲାଗୁ ହେବ । ଏହି ଅତିରିକ୍ତ ଶୁଳ୍କ ବୃଦ୍ଧିକୁ ଅଏଲ୍‌ କମ୍ପାନୀ ଗୁଡ଼ିକ ନିଜେ ବହନ କରିଛନ୍ତି। ଏହି ବର୍ଦ୍ଧିତ ଏକ୍ସସାଇଜ୍ ଡ୍ୟୁଟିରୁ ଆସିବାକୁ ଥିବା ଟଙ୍କା ଭିତିଭୂମୀ ବିକାଶ ଏବଂ ଅନ୍ୟାନ୍ୟ ବିକାଶମୁଳକ କାମରେ ଲାଗିବ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି ।