ସାମଗ୍ରୀ- ୨ବିଡ଼ା ପାଳଙ୍ଗ ଶାଗ, ୧୫୦ଗ୍ରା. ମଇଦା, ୧ଛୋଟଚାମଚ ଯୁଆଣି, ଛାଣିବାପାଇଁ ରିଫାଇନ୍ ତେଲ, ସ୍ୱାଦ ଅନୁସାରେ ଲୁଣ ।
ପ୍ରଣାଳୀ- ପାଳଙ୍ଗ ଶାଗକୁ ଧୋଇ କଡ଼େଇରେ ଅଧାକପ୍ ପାଣି ଦେଇ ପକାନ୍ତୁ । ଅଧା ଚାମଚ ଚିନି ଓ ଲୁଣ ପକାଇ ଶାଗକୁ ସିଝାନ୍ତୁ । ଶାଗ ସିଝିଗଲେ ଥଣ୍ଡାକରି ଗ୍ରାଇଣ୍ଡରରେ ବାଟି ରଖନ୍ତୁ । ଅଟା, ମଇଦା, ଯୁଆଣି, ୨ଚାମଚ ରିଫାଇନ୍ ତେଲ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲଭାବରେ ଗୋଳାନ୍ତୁ । ବାଟି ରଖିଥିବା ଶାଗକୁ ଏଥିରେ ପକାଇ ଚକଟନ୍ତୁ । ସମାନ ଭାଗରେ ଛୋଟ ଛୋଟ ଗୁଳା କରି ପୁରି ଆକାରରେ ବେଲି ରଖନ୍ତୁ । କଡ଼େଇରେ ତେଲ ଗରମ କରି ଏହାକୁ ପୁରି ଭଳି ଛାଣନ୍ତୁ । ଗରମ ଗରମ ପୁରି ସହ ଆଳୁ ତରକାରୀ ବା ଚଟଣୀ ଲଗାଇ ଖାଇପାରିବେ ।
Prev Post
Next Post