ଗଙ୍ଗା ମା’ଙ୍କ ଆଶୀର୍ବାଦ ନେଇ ନିର୍ବାଚନ ପ୍ରଚାରରେ ବାହାରିଲେ ପ୍ରିୟଙ୍କା

ଲକ୍ଷ୍ନୌ,୧୮/୩ : କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ସୋମବାର ଉତ୍ତର ପ୍ରଦେଶ ଗସ୍ତ କରିଛନ୍ତି। ପ୍ରଥମେ ସେ ଗଙ୍ଗା ନଦୀରେ ପୂଜାର୍ଚ୍ଚନା କରିବା ସହ ହନୁମାନ ମନ୍ଦିର ଦର୍ଶନ କରି ପ୍ରୟାଗରାଜ ଗସ୍ତ କରିଛନ୍ତି। ଏହି ସମୟରେ ସେ ଛାତ୍ରୀଛାତ୍ରଙ୍କ ପ୍ରତିନିଧି ମଣ୍ଡଳ ସହ ସାକ୍ଷାତ କରି ଶିକ୍ଷା, ବେକାରି ସମସ୍ୟା ଓ ସାଧାରଣ ଜନତାଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଛନ୍ତି। ପୂର୍ବରୁ ରାଜନୀତିରେ ରୁଚି ନ ଥିବା ପ୍ରିୟଙ୍କା କିନ୍ତୁ ଏବେ କଂଗ୍ରେସର ମଙ୍ଗ ଧରିଛନ୍ତି। ଯେମିତି ହେଉ କଂଗ୍ରେସକୁ ନିର୍ବାଚନ ବୈତରଣୀ ପାର କରାଇବାକୁ ଚେଷ୍ଟା କରିବେ ବୋଲି ଆଲୋଚନା ହେଉଛି। ଅନ୍ୟପଟେ ପ୍ରିୟଙ୍କାଙ୍କ ଗସ୍ତ ଉତ୍ତର ପ୍ରଦେଶର ଭାଜପା ଶାସିତ ସରକାରଙ୍କ ଉପରେ ପଡିବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।