ପ୍ରସ୍ତୁତି ସାମଗ୍ରୀ- ବଡ଼ ପାକଳ କାଗିଜି ଲେମ୍ବୁ ୧୫ଟା, ଚିନି ୭୫୦ଗ୍ରାମ୍ ଓ ଲୁଣ ପରିମାଣ ମୁତାବକ, ପାଣି ଅଧକପ୍ ।
ପ୍ରଣାଳୀ-ଲେମ୍ବୁକୁ ଧୋଇ ପୋଛି ରଖିବେ, ଗୋଟିଏ ଲେମ୍ବୁକୁ ହାତରେ ଧରି ଶିଳରେ ଘଷ;ୁ । ଘୂରାଇ ଘୂରାଇ ଚାରିପଟ ଘଷିବେ । ଘଷିସାରି ଓଦା କନାରେ ପୋଛିଦେବେ । ୧ଘଣ୍ଟା ପରେ ସେଥିରେ ଆବଶ୍ୟକ ପରିମାଣର ଲୁଣ ଦେବେ ଏବଂ ଏହାକୁ ବମ୍ରେ ରଖିବେ । ବମ୍ର ମୁହଁ ବନ୍ଦ କରି ପ୍ରତିଦିନ ଖରାରେ ଦେବେ । ଖରା ଦେବା ସମୟରେ ଓ ରଖିଲା ସମୟରେ ହଲାଇ ହଲାଇ ରଖିବେ । ଏହିପରି ଭାବେ ୧ମାସ ଖରା ଦିଆହେବ । ପ୍ରତିଦିନ ହଲେଇ ଲେମ୍ବୁଗୁଡ଼ିକୁ ଉପର ତଳ କରୁଥିବେ । ଏହାର ରଙ୍ଗ ବଦଳି ଯିବ ଓ ଲେମ୍ବୁଗୁଡ଼ିକ ନରମ ହୋଇଯିବ । ମାସକ ପରେ ଚିନିରେ ଅଳ୍ପ ପାଣି ଦେଇ, ସିରା ପ୍ରସ୍ତୁତ କରିବେ । ଏହି ସିରାକୁ ଥଣ୍ଡା କରିବେ, ଲେମ୍ବୁଗୁଡ଼ିକୁ ରଖି ୧୦/୧୨ଜାଗା ଫୋଡ଼ କରିଦିଅ;ୁ । ଥଣ୍ଡା ଚିନି ସିରାରେ ଲେମ୍ବୁଗୁଡ଼ିକୁ ରଖି ୧ମାସ ଖରାରେ ଦେବେ । ଏହାକୁ ପ୍ରତିଦିନ ହଲାଉଥିବେ । ବମ୍ ଭିତରେ ଏହି ଲେମ୍ବୁଗୁଡ଼ିକ ରସଗୋଲା ପରି ଦିଶୁଥିବ । ପ୍ରତ୍ୟେକ ଲେମ୍ବୁକୁ ଶିଳରେ ଭଲ ଭାବରେ ଚାରିପଟେ ଧରି ଘସିନେବେ ।
