ଗ୍ୟାସ ଦରରେ ହ୍ରାସ, ଶସ୍ତା ହେଲା ସିଲିଣ୍ଡର

ନୂଆଦିଲ୍ଲୀ, ୧/୧: ଗ୍ୟାସ ଉପଭୋକ୍ତାଙ୍କ ପାଇଁ ନୂଆ ବର୍ଷ ପୂର୍ବରୁ ଆସିଛି ଖୁସି ଖବର । ସବସିଡିଯୁକ୍ତ ଗ୍ୟାସ ସିଲିଣ୍ଡର ୫.୯୧ ପଇସା ଶସ୍ତା ହୋଇଛି । ସେହିପରି ବିନା ସବସିଡି ଗ୍ୟାସ ସିଲିଣ୍ଡରରେ ୧୨୦ ଟଙ୍କା ହ୍ରାସ ପାଇଛି । ଡିସେମ୍ବର ମାସରେ ଦ୍ୱିତୀୟ ଥର ପାଇଁ ଗ୍ୟାସ ଦରରେ ହ୍ରାସ ପାଇଛି । ଦେଶର ସବୁଠାରୁ ବଡ ଗ୍ୟାସ ବିକ୍ରିକାରୀ କମ୍ପାନୀ ଆଇଓସି ପକ୍ଷରୁ ସୂଚନା ଦିଆଯାଇଛି ଯେ ୧୪.୨ କିଲୋଗ୍ରାମ ସବସିଡିଯୁକ୍ତ ଏଲପିଜି ସିଲିଣ୍ଡରକୁ କିଣିବା ପାଇଁ ସୋମବାର ମଧ୍ୟ ରାତ୍ରୀ ପରଠାରୁ ୪୯୪.୯୯ ପଇସା ଗ୍ରାହାକ ମାନଙ୍କୁ ଦେବାକୁ ପଡିବ ଯାହାକି ପୂର୍ବରୁ ୫୦୦.୯୦ ପଇସା ଥିଲା ।

ଗୋଟିଏ ମାସରେ ଦ୍ୱିତୀୟ ଥର ପାଇଁ ଗ୍ୟାସ ସିଲିଣ୍ଡରର ଦର ହ୍ରାସ ପାଇଛି । ଡିସେମ୍ବର ୧ରେ ସବସିଡିଯୁକ୍ତ ଗ୍ୟାସ ସିଲିଣ୍ଡରରେ ୬.୫୨ ପଇସା ହ୍ରାସ ପାଇଥିଲା । ଜୁନରୁ ଲଗାତର ୬ ମାସ ପର୍ଯ୍ୟନ୍ତ ଦର ବୃଦ୍ଧି ହେବା ପରେ ଏହି ମାସରେ ଗ୍ୟାସ ଦରରେ ହ୍ରାସ ହୋଇଛି ।

ଆଇଓସି ସୂଚନା ଅନୁସାରେ ବିନା ସବସିଡିଯୁକ୍ତ ଗ୍ୟାସ ବା ବଜାର ଦରରେ ମିଳୁଥିବା ଏଲପିଜି ସିଲିଣ୍ଡରର ଦରରେ ୧୨୦.୫୦ ପଇସା ହ୍ରାସ ପାଇଛି । କମ୍ପାନୀ ପକ୍ଷରୁ କହୁଯାଇଛି ଯେ ଅନ୍ତରାଷ୍ଟ୍ରୀୟ ସ୍ତରରେ ଦର ହ୍ରାସ ପାଉଥିବା ସହ ଡଲାର ତୁଲନାରେ ଟଙ୍କା ମଜବୁତ ହୋଇଥିବାରୁ ସିଲିଣ୍ଡର ଶସ୍ତା ହୋଇଛି ।