ଇଂଲଣ୍ଡର ଏକ ଘରୋଇ କମ୍ପାନୀ ସଫେଇ କାର୍ଯ୍ୟ ପାଇଁ କର୍ମଚାରୀ ଆବଶ୍ୟକ କରୁଛି । ହେଲେ ଏଥିପ୍ରତି କେହି ଆଗ୍ରହ ଦେଖାଉ ନାହାନ୍ତି । ଏହାର କାରଣ ହେଉଛି କମ୍ପାନୀର ଅଜବ ସର୍ତ୍ତ । ସର୍ତ୍ତଟି ହେଉଛି ନିବସ୍ତ୍ର ହୋଇ ସଫେଇ କାର୍ଯ୍ୟ କଲେ ଘଣ୍ଟକୁ କର୍ମଚାରୀଙ୍କୁ ଦରମା ସ୍ୱରୂପ ମିଳିବ ୪୧୦୦ ଟଙ୍କା । ନାଚୁରିଷ୍ଟ କ୍ଲିନରର୍ସ ନାମକ ଏହି କମ୍ପାନୀ କର୍ମଚାରୀଙ୍କ କୌଣସି ବୟସସୀମା ଦେଖେନାହିଁ । ଯେଉଁ ବର୍ଗର ବ୍ୟକ୍ତି କିମ୍ବା ମହିଳା ହୁଅନ୍ତୁ ନିବସ୍ତ୍ର ହୋଇ କାମ କରିବା ଦରକାର । କମ୍ପାନୀର ଆଉ ଏକ ସର୍ତ୍ତ ହେଲା ଯଦି କେହି କର୍ମଚାରୀ ନିଜ ଗୋପନ ଅଙ୍ଗକୁ ସ୍ୱଳ୍ପ ଆଛାଦିତ କରନ୍ତି ତା’ହେଲେ ତାଙ୍କ ଦରମା ହେବ ୨୨୦୦ ଟଙ୍କା । କମ୍ପାନୀରେ ଏବେ ଅନେକ ପୁରୁଷ ଓ ମହିଳା କାମ କରୁଥିବା ବେଳେ ଏଠାକୁ ବହୁ ପୁରୁଷ ଗ୍ରାହକ ଆସିଥାନ୍ତି । ସେମାନଙ୍କୁ ବହୁମାତ୍ରାରେ ଆକୃଷ୍ଟ କରିବା ପାଇଁ କମ୍ପାନୀ ଏପରି ଯୋଜନା କରୁଥିବା କୁହାଯାଉଛି । ତେବେ ଏଠାକାର କର୍ମଚାରୀଙ୍କ ସୁରକ୍ଷାକୁ ସର୍ବଦା ଶତପ୍ରତିଶତ ଧ୍ୟାନ ଦିଆଯାଇଥାଏ ବୋଲି କମ୍ପାନୀପ କ୍ଷରୁ କୁହାଯାଇଛି ।
