ଇଂରାଜୀ ଭାଷାର ‘M’ ରୁ ଆରମ୍ଭ ହୋଇଥିବା ଲୋକ ହୋଇଥାନ୍ତି ଭାଗ୍ୟଶାଳୀ

0

ଯେଉଁ ଲୋକଙ୍କ ନାମ ଇଂରାଜୀ ଭାଷାର ‘M’ ରୁ ଆରମ୍ଭ ହୋଇଥାଏ , ସେମାନେ ବହୁତ ରୋମାଣ୍ଟିକ ହୋଇଥାନ୍ତି। ଯାହାଫଳରେ ଲୋକମାନେ ବହୁତ ଶୀଘ୍ର ସେମାନଙ୍କ ପ୍ରତି ଆକର୍ଷିତ ହୋଇଯାଆନ୍ତି। ତେବେ ଏହି ରୋମାଣ୍ଟିକ ଗୁଣ କେବେ କେବେ ତାଙ୍କ ପ୍ରତି ବିପଦ ମଧ୍ୟ ଟାଣିଆଣି ଦେଇଥାଏ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ‘M’ ରୁ ନାମ ଆରମ୍ଭ ହେଉଥିବା ଲୋକ ବହୁତ ସରଳ ସ୍ୱଭାବର ହୋଇଥାନ୍ତି । ଏହି ଲୋକଙ୍କୁ ଦେଖେଇ ହେବା ଗୁଣ ପସନ୍ଦ ହୁଏ ନାହିଁ। ଏମାନେ ସାଧାରଣ ଜୀବନ ଯାପନ କରିବାକୁ ପସନ୍ଦ କରନ୍ତି। ଏପରି ଲୋକଙ୍କୁ ସମସ୍ୟା ବିଲକୁଲ ପସନ୍ଦ ନୁହେଁ। ତଥାପି କୌଣସି ସମସ୍ୟାରେ ପଡ଼ିଗଲେ ବହୃତ ଦୃଢ ଭାବେ ଏମାନେ ତାକୁ ସାମ୍ନା କରିଥାନ୍ତି।

‘M’ ରୁ ନାମ ଆରମ୍ଭ ହେଉଥିବା ଲୋକ ବହୁତ ପରିଶ୍ରମୀ ହୋଇଥାନ୍ତି । ଏହି ଲୋକ ଯେକୌଣସି କାମରେ ହାତ ମାରନ୍ତି ତାକୁ ଶେଷ କରିକି ନିଶ୍ୱାସ ନିଅନ୍ତି। ଏପରି ବ୍ୟକ୍ତିତ୍ୱ ନିଜ ହିସାବରେ ପ୍ରତିଟି କାମ କରିବାକୁ ଭଲ ପାଆନ୍ତି ଓ ଏଥିରେ ସଫଳତା ମଧ୍ୟ ହାସଲ କରନ୍ତି ।

ଯେଉଁ ଜାତକର ନାମ ‘M’ ଅକ୍ଷରରୁ ଆରମ୍ଭ ହୋଇଥାଏ । ଏମିତି ଲୋକ ବହୁତ ପ୍ରାକ୍ଟିକାଲ ହୋଇଥାନ୍ତି । ସେଥିପାଇଁ ଏପରି ଲୋକଙ୍କୁ ବୁଦ୍ଧିମାନ ଓ ସତର୍କ ରହୁଥିବା ବ୍ୟକ୍ତିତ୍ୱ ଭାବେ ପରିଗଣିତ କରାଯାଏ। ଏହି ବ୍ୟକ୍ତିତ୍ୱ ପ୍ରତିଟି ସମସ୍ୟାର ପୂର୍ବାଭାଷ ପାଇଯାଆନ୍ତି । ଯାହାଫଳରେ ସମସ୍ୟା ଆସିବା ମାତ୍ରେ ଏମାନେ ଏହାକୁ ସମାଧାନ କରିବାକୁ ଚେଷ୍ଟା କରିଥାନ୍ତି। ଯାହାଫଳରେ ଏମାନେ ଜୀବନରେ ବହୁତ ସଫଳତା ପାଇଥାନ୍ତି।

ଏହି ଅକ୍ଷରରୁ ଆରମ୍ଭ ହୋଇଥିବା ନାମ ବେଶ ଶାନ୍ତି ପ୍ରିୟ ହୋଇଥାନ୍ତି। ଏହି ଲୋକ ସବୁ କ୍ଷେତ୍ରରେ ଶାନ୍ତି ରେ ରହିବାକୁ ପସନ୍ଦ କରିଥାନ୍ତି। ସେଥିପାଇଁ ଏମାନେ ବିଶେଷ ଗହଳିଚହଳି ଇଲାକା ବା ସ୍ଥାନକୁ ପସନ୍ଦ କରନ୍ତି ନାହିଁ।

Leave A Reply

Your email address will not be published.