ଚନ୍ଦ୍ରଯାନ-୨ ସଫଳ ଅବତରଣ କରିବା ପୂର୍ବରୁ ଦେଶବାସୀଙ୍କୁ ଟ୍ଵିଟ୍ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୬/୯: ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ଆଜି ରାତ୍ରୀ ୧ଟା ୩୦ ରୁ ୨ଟା ୩୦ ମଧ୍ୟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ଏହି କ୍ଷଣକୁ ଇସ୍ରୋର ବୈଜ୍ଞାନିକଙ୍କ ସମେତ ପୁରା ଦେଶ ଅପେକ୍ଷା କରି ରହିଛି। ଯଦି ବିକ୍ରମ ସଫଳତାପୂର୍ବକ ଅବତରଣ କରିବ ତେବେ ଦେଶ ବିଶ୍ଵ ରେକର୍ଡରେ ଚତୁର୍ଥ ସ୍ଥାନ ହାସଲ କରିବ। ଏହି ମୁହୂର୍ତ୍ତ ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବେଙ୍ଗାଲୁରୁ ସ୍ଥିତ ଇସ୍ରୋ ସେଣ୍ଟରରେ ଉପସ୍ଥିତ ରହିବେ। ତାଙ୍କ ସହ ସମ୍ପୂର୍ଣ୍ଣ ଦେଶରୁ ୭୦ ଜଣ ବଛା ବଛା ଚାତ୍ରଛାତ୍ରୀ ସାମିଲ ହେବେ।

ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଭାରତର ମହତ୍ଵାକାଂକ୍ଷୀ ଅନ୍ତରୀକ୍ଷ ଅଭିଯାନକୁ ନେଇ ଟ୍ଵିଟ୍ କରିଛନ୍ତି। ସେ ଲେଖିଛନ୍ତି କି, ମୁଁ ଏହି ମୁହୂର୍ତ୍ତ ଦେଖିବା ପାଇଁ ଅପେକ୍ଷା କରି ରହିଛି। ଏବେଠାରୁ କିଛି ଘଣ୍ଟା ପରେ ଚନ୍ଦ୍ରଯାନ-୨ ଦକ୍ଷିଣ ମେରୁରେ ସପଳତା ପୂର୍ବକ ଲ୍ୟାଣ୍ଡିଙ୍ଗ୍ କରିବ। ଭାରତ ସହ ସମ୍ପୂର୍ଣ୍ଣ ଦୁନିଆ ପୁଣି ଥରେ ଆମ ଅନ୍ତରୀକ୍ଷ ବୈଜ୍ଞାନିକଙ୍କ କୌଶଳ ଦେଖିବ।

ମାଁଇ ଜିଓବିରେ ଆୟୋଜିତଇସ୍ରୋ ଅନ୍ତରୀକ୍ଷ କ୍ଵିଜ୍ ଜିତିଥିବା ପିଲାମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହ ଚନ୍ଦ୍ରଯାନ-୨ର ସଫଳ ଅବତରଣ ସମୟର ସିଧାପ୍ରସାରଣ ଦେଖିବାକୁ ସୁଯୋଗ ମିଳିବ। ଏହି ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି କି, ଜୁଲାଇ ୨୨ରୁ ଚନ୍ଦ୍ରଯାନ-୨ ପରୀକ୍ଷଣ ଦିନଠାରୁ ପ୍ରତିଦିନ ଏହି ସମ୍ପର୍କିତ ସମସ୍ତ ଖବର ଉପରେ ନଜର ରଖୁଛି। ଏହି ଅଭିଯାନ ଭାରତୀୟ ପ୍ରତିଭା ଏବଂ ଦୃଢତାର ଭାବନାକୁ ପ୍ରଦର୍ଶିତ କରିବ।