ସାମଗ୍ରୀ:-ଅରୁଆ ଚାଉଳ-୫୦୦ ଗ୍ରାମ୍, ଚିନି-୨୫୦ ଗ୍ରାମ୍, ଘିଅ-୨୫୦ ଗ୍ରାମ୍ ।
ପ୍ରସ୍ତୁତି:-ଅରୁଆ ଚାଉଳକୁ ୨୪ ଘଣ୍ଟା ଭିଜାଇ ଦିଅନ୍ତୁ । ଏହାକୁ ଛାଣି ଗଡାଇ ଗୋଡି ବାହାର କରି କୁଲାରେ ରଖନ୍ତୁ । ପିଠା ଗଢାର ଅଳ୍ପ ସମୟ ପୂର୍ବରୁ ଗୁଣ୍ଡ କରି ଦିଅନ୍ତୁ । କଡେଇରେ ୪କପ୍ ପାଣି ଦେଇ ଚିନି ପକାଇ ସିରା କରନ୍ତୁ । ଚିନି ସିରା ହାତରେ ଆଣି ପରୀକ୍ଷା କରି ଦେଖିବେ ବୁଢୀଆଣି ସୂତା ପରି ଟାଣି ହୋଇଯିବ । ଏହି ସିରାରେ ଗୁଣ୍ଡ ହୋଇଥିବା ଚାଉଳକୁ କମ୍ ନିଆଁରେ ରଖି ଗୋଳାଇ ଦିଅ । ଜନ୍ତୁଣୀ ହୋଇଗଲେ କଦଳୀ ପତ୍ରରେ ଢାଳି ଥଣ୍ଡା କରିଦିଅନ୍ତୁ । କଡେଇରେ ଘିଅ ଗରମ କରି ଚାଉଳ ଚୂନା ଖଳିକୁ ଛୋଟ ଗୁଳା କରି ଘିଅ କାରି କାକରା ପରି ଗଢି ଛାଣିଦିଅ । ବାଦାମୀ ରଙ୍ଗ ହୋଇଆସିଲେ କାଢିଦିଅ । ଏହି ଆରିସା ବହୁତ ଦିନ ପର୍ଯ୍ୟନ୍ତ ଟାଣ ରହିପାରେ ।
Next Post