ଭୁବନେଶ୍ୱର, ୨୨/୧୧ : ପରିବା ଦର ଶୁଣିଲେ ଲାଗୁଛି ଡର । ବଜାରକୁ ଗଲେ ଖାଉଟିଙ୍କ ପକେଟ୍ ଖାଲି, ହେଲେ ବ୍ୟାଗ୍ ଭରୁନି। ଅଧିକାଂଶ ପରିବା ଦର ଏବେ ଶହେ ଟଙ୍କା ପାର୍ କରିଛି। ପଞ୍ଚକ ଚାଲିଥିବାରୁ ଅଧିକାଂଶ ଲୋକେ ଆମିଷଠାରୁ ଦୂରେଇ ରହୁଛନ୍ତି। ଏଭଳି ସମୟରେ ପରିବା ଦରରେ ଅହେତୁକ ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢ଼ାଇଛି ।