ଛୁଇଁଲେ ଜରିମାନା

କୌଣସି ସ୍ଥାନକୁ ବୁଲିଗଲେ ସେଠାରେ ଥିବା ଦର୍ଶନୀୟ ସ୍ଥାନକୁ ପାଖରୁ ଦେଖିବା ପାଇଁ ଚାହାଁନ୍ତି ସମସ୍ତେ ଏପରିକି ସେଠାରେ ଥିବା ସମସ୍ତ ବସ୍ତୁକୁ ଛୁଇଁ ଏକ ଭିନ୍ନ ଅନୁଭବ କରିବା ପାଇଁ ସମସ୍ତେ ଚେଷ୍ଟା କରିଥାନ୍ତି । କି;ୁ ହିମାଚଳ ପ୍ରଦେଶରେ ଏପରି ଏକ ଗାଁ ରହିଛି ଯେଉଁଠାକୁ ଆପଣ ବୁଲିବାକୁ ଯାଇପାରିବେ କି;ୁ ସେଠାରେ ରହିଥିବା କୋðଣସି ବସ୍ତୁକୁ ହାତ ଲଗେଇ ପାରିବେ ନାହିଁ । ଆଜ୍ଞା ହଁ ଆମେ ଏଠାରେ ହିମାଚଳ ପ୍ରଦେଶର ‘ମଲାଣା’ ଗ୍ରାମ ବିଷୟରେ କହୁଛୁ । ମଲାଣାକୁ ବୁଲି ଆସୁଥିବା ପର୍ଯ୍ୟଟକ ଯଦି ଭୁଲ୍‌ରେ ବି କୋðଣସି ଜିନିଷରେ ହାତ ବାଜାଇ ଦିଅନ୍ତି ତେବେ ସେମନଙ୍କୁ ଜରିମାନା ବାବଦକୁ ୧୦୦୦ଟଙ୍କା ଗଣିବାକୁ ପଡ଼ିଥାଏ । ମଲାଣା ଗାଁର ଆଉ ଏକ ବିଶେଷତ୍ୱ ହେଉଛି ଏଠାରେ ଆକବରଙ୍କୁ ପୂଜା କରାଯାଉଛି । ଏପରି ବିଚିତ୍ର ପରମ୍ପରା ବିଷୟରେ ଅଧିକ ଜାଣିବା ପାଇଁ ଏଠାକୁ ଆସିଥାନ୍ତି ଲକ୍ଷାଧିକ ପର୍ଯ୍ୟଟକ । ଏପରିକି ଏଠାରେ ଯଦି ଆପଣ କୋðଣସି ଜିନିଷ କିଣିବା ପାଇଁ ଦୋକାନକୁ ଯାଆନ୍ତି ତେବେ ଦୋକାନୀ ଆପଣଙ୍କ ହାତରୁ ସିଧାସଳଖ ଟଙ୍କା ନିଏ ନାହିଁ । କିଛି କିଣିଲେ ଆପଣଙ୍କୁ କାଉଣ୍ଟରେ ଟଙ୍କା ଥୋଇବାକୁ ପଡ଼ିବ । ସେହିପରି ଦୋକାନୀ ଫେରସ୍ତ ଅର୍ଥ ଆପଣଙ୍କ ହାତକୁ ଦେବା ପ୍ରତିବଦଳରେ କାଉଣ୍ଟରେ ଥୋଇ ଦେବେ । ଶୁଣିବାକୁ ମିଳୁଛି ହଜାର ହଜାର ବର୍ଷ ପୁରୁଣା ବିଶ୍ୱର ପ୍ରଥମ ଲୋକତନ୍ତ୍ର ବ୍ୟବସ୍ଥା ଆଜି ବି ଏହି ଗାଁରେ ପ୍ରଚଳିତ ହେଉଛି । ଏହି ଗାଁର ମୂଳ ବାସିନ୍ଦା ନିଜକୁ ସିକନ୍ଦରଙ୍କ ବଂଶଜ ବୋଲି କହୁଛନ୍ତି । ଏପରିକି ଏଠାରେ ପ୍ରଚଳିତ ଭାଷାରେ ବି କିଛି ଗ୍ରୀକ୍‌ ଶବ୍ଦ ବ୍ୟବହାର କରାଯାଏ ଯାହା ପାଇଁ ଏଠାକାର ପରମ୍ପରା ଏବଂ ଚାଲିଚଳନ ଅନ୍ୟମାନଙ୍କ ଠାରୁ ଭିନ୍ନ ।