ଛେନାପୁର ପୋଡ଼ପିଠା

ପ୍ରସ୍ତୁତି ସାମଗ୍ରୀ- ଅରୁଆ ଚାଉଳ-୧ କି.ଗ୍ରା, ଛେନା-୨୫୦ ଗ୍ରାମ୍‌, ଗୁଡ଼-୩୦୦ ଗ୍ରାମ୍‌, ଘିଅ-୧୦୦ ଗ୍ରାମ୍‌, ନଡ଼ିଆ-୧ଟା(ବଡ଼ ନଡ଼ିଆ), ଗୁଜୁରାତି-୪ଟା ।
ପ୍ରଣାଳୀ- ନଡ଼ିଆକୁ ଭାଙ୍ଗି କୋରିନିଅ । କୋରାନଡ଼ିଆ, ଚିନି, ଛେନା ଓ ଗୁଜୁରାତି ଗୁଣ୍ଡ କରି କଡ଼େଇରେ ଲାଲ୍‌ କରି ଭାଜିଦିଅ । ଚାଉଳକୁ ଗୁଣ୍ଡକରି ରଖ । ଗୁଡ଼ରେ ୧ ଗ୍ଲାସ୍‌ ପାଣି ଦେଇ ଭଲଭାବରେ ଫୁଟାଅ, ଗୁଡ଼ପାଣି ଫୁଟିଲେ ଚାଉଳଚୁନା ପକାଇ ଖଳି କରିଦିଅ । ଖଳିକୁ ଥଣ୍ଡା କର । ଭଲଭାବରେ ଦଳିଦିଅ । ଦଳା ଖଳିକୁ ସମାନ ୩ ଭାଗ କରିଦିଅ ଓ ପୁର ଭଜାକୁ ୨ ଭାଗ କରିଦିଅ । ଓଭାନ ଛାଞ୍ଚରେ କଦଳୀପତ୍ର ଦେଇ ଉପରେ ୧ ଭାଗ ପୁର ରଖ ପୁଣି ଅନ୍ୟ ଭାଗ ଖଳିକୁ ରଖି ଭଲଭାବରେ ଚାପିଦିଅ । କଳଦୀପତ୍ର ଘୋଡ଼ାଇ ଘୋଡ଼ଣି ବନ୍ଦ କରିଦିଅ । କିଛି ସମୟ ଓଭାନରେ ବେକିଂ କରିଦିଅ । ହୋଇଗଲା ପରେ ବନ୍ଦକରି ପିସ୍‌ ପିସ୍‌ କାଟି ଖାଇବାକୁ ଦିଅ ।