ସାମଗ୍ରୀ- ଆଳୁ-୫୦୦ ଗ୍ରାମ, ଦହି- ୧୫୦ ଗ୍ରାମ୍, ପିଆଜ- ୧ଟି, ଲଙ୍କା- ୬ ଟି, ଅଦା- ୧ ଇଞ୍ଚ, ସୁଖିଲା ଲଙ୍କା- ୨ ଟି, ଗୋଲ ମରିଚ- ୧ ଚାମଚ, ଘିଅ- ୩ ଚାମଚ, ଜିରା- ୧ ଚାମଚ, ଭୂର୍ସୁଙ୍ଗ ପତ୍ର- ୬ ଟି, ରସୁଣ ବଟା- ୧ ଚାମଚ, ହଳଦି- ୧/୨ ଚାମଚ, ଲୁଣ ଓ ଧନିଆପତ୍ର ।
ପ୍ରଣାଳୀ- ଆଳୁ ଚୋପା ଛଡାଇ ଲୁଣ ପାଣିରେ ସିଝାଇ ୪ ପିସରେ କାଟି ରଖ;ୁ । ଦହି ଫେଣ୍ଟି ରଖ;ୁ । ଅଦା, ଲଙ୍କା ଓ ପିଆଜକୁ କାଟି ରଖ;ୁ । ସୁଖିଲା ଲଙ୍କା ଓ ଗୋଲମରିଚ ଗୁଣ୍ଡ କର;ୁ । କରେଇରେ ଘିଅ ପକାଇ ଗରମ କର;ୁ ଓ ଜିରା, ଭୂର୍ସୁଙ୍ଗପତ୍ର ପକାଇ ଫୁଟା;ୁ । ପରେ ପିଆଜ, ଅଦା ଓ କଟା ଲଙ୍କା ପକାଇ ପିଆଜ ନରମ ହେବା ଯାଏଁ ଭାଜ;ୁ । ଏଥର ରସୁଣ ବଟା ଓ ହଳଦି ପକାଇ ୫ରୁ ୬ ମିନିଟ ଭାଜ;ୁ । ଏବେ ଆଳୁ ଓ ଦହି ପକାଇ ଫୁଟିବାକୁ ଛାଡ;ୁ । କମ୍ ଆଞ୍ଚରେ ଆଉ ୨ ମିନିଟ ରାନ୍ଧ;ୁ । ଶେଷରେ ଲଙ୍କା ଓ ଗୋଲମରିଚ ଗୁଣ୍ଡ ପକାଇ ଗୋଳା;ୁ ଓ ଧନିଆପତ୍ରରେ ସଜାଇ ସର୍ଭ କର;ୁ ।
Prev Post
Next Post