ଦୀର୍ଘତମ ଗାଉନ୍‌

ସାଇପ୍ରସ୍‌ର ଅଧିବାସୀ ମାରିୟା ତାଙ୍କ ବିବାହରେ ୭ ହଜାର ମିଟର ଲମ୍ବର ଗାଉନ୍‌ ପିନ୍ଧି ଗିନିଜ୍‌ ୱାଲïର୍ ରେକର୍ଡ କରିଛନ୍ତି । ଏହା ଦୁନିଆର ସବୁଠାରୁ ଲମ୍ବା ଗାଉନ୍‌ ଥିଲା । ପିଲାବେଳୁ ସେ ବିଶ୍ୱ ରେକର୍ଡ କରିବାର ସ୍ୱପ୍ନ ଦେଖିଥିଲେ ଯାହା ତାଙ୍କ ଗାଉନ୍‌ ଦ୍ୱାରା ସତ ହୋଇପାରିଲା । ଯେଉଁଥିରେ ପାଖାପାଖି ୩ ଲକ୍ଷ ୧୮ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ଗାଉନ୍‌ଟି ଏତେ ବଡ ଯେ ଏଥିରେ ୬୩ଟି ଆମେରିକୀୟ ଫୁଟ୍‌ବଲ୍‌ ଘୋଡେଇ ରଖାଯାଇପାରିବ । ମାରିୟାଙ୍କ ପାଇଁ ଏହାର ପ୍ରସ୍ତୁତି ସବୁଠାରୁ କଷ୍ଟସାଧ୍ୟ ଥିଲା । ଗୋଟିଏ ମାସ ଖୋଜା ଖୋଜି କରିବା ପରେ ଗ୍ରୀସ୍‌ କମ୍ପାନୀକୁ ଏହାର ଅର୍ଡର ଦିଆଗଲା । ଏଥିପାଇଁ କପଡା ବନେଇବାକୁ କାରଖାନାକୁ ୩ ମାସର ସମୟ ଲାଗିଥିଲା । କାରଖାନା ୧ ହଜାର ମିଟରର ୭ଟି କପଡା ରୋଲ ପ୍ରସ୍ତୁତ କରିଥିଲା । ୬ ଘଣ୍ଟାର ସମୟରେ ୩୦ ଜଣ ଲୋକ ବିବାହ ସ୍ଥଳରେ ଏହାକୁ ସମ୍ଭାଳି ଥିଲେ । ଏହି ଅବସରରେ ଗିନିଜ୍‌ ବିଶ୍ୱ ରେକର୍ଡର ଟିମ୍‌ ପ୍ରୋଫେଶନାଲ୍‌ ସର୍ଭୟରଙ୍କ ସାହାଯ୍ୟରେ ତାହାକୁ ମାପିଥିଲେ । ଏହାର ଲମ୍ବକୁ ମାପିବା ପାଇଁ ସିଭିଲ୍‌ ଇଞ୍ଜିନିୟରଙ୍କ ସାହାଯ୍ୟ ନିଆଯାଇଥିଲା ।