ନ୍ୟୁୟର୍କରେ ଗୁଳିକାଣ୍ଡ : ୪ ମୃତ

ନୂଆଦିଲ୍ଲୀ, ୨୯/୦୭ : ଆମେରିକାର ନ୍ୟୁୟର୍କ ସହରର ମାନହାଟନରେ ଛାତିଥରା ଗୁଳିକାଣ୍ଡ ଘଟିଛି। ଏହି ଘଟଣାରେ ଚାରିଜଣଙ୍କ ମୃତ୍ୟୁ ଘଟିଛି। ମାନହାଟନର ଏକ ଅଫିସ କୋଠାରେ ଗୁଳି ଚଳାଇଥିବା ବନ୍ଧୁକଧାରୀ ନିହତ ହୋଇଛି। ନ୍ୟୁୟର୍କ ସହରର ମେୟର ଏରିକ୍ ଆଡାମ୍ସ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଯେ ମିଡଟାଉନରେ ଜଣେ ସକ୍ରିୟ ଗୁଳିକାଣ୍ଡକାରୀଙ୍କ ତଦନ୍ତ କରାଯାଉଛି। ସେ ଲୋକଙ୍କୁ ଘର ଭିତରେ ରହିବାକୁ ଏବଂ ଯଦି ସେମାନେ ସେହି ଅଞ୍ଚଳରେ ଅଛନ୍ତି ତେବେ ସୁରକ୍ଷା ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରିଛନ୍ତି। ଘଟଣା ସମୟରେ ପୋଲିସ ଗୁଳିରେ ଆହତ ହୋଇଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପୋଲିସ ହେପାଜତକୁ ନେଇଛି। ଆହତମାନଙ୍କ ମଧ୍ୟରୁ କିଛିଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଆମ୍ବୁଲାନ୍ସ ସମେତ ଅନେକ ଜରୁରୀକାଳୀନ ଯାନ ଘଟଣାସ୍ଥଳରେ ଉପସ୍ଥିତ ଥିଲା।

SBI_Festive_Digital Billboard