ଚଣ୍ଡୀଗଡ, ୬/୧୨ : କଶ୍ମୀରସ୍ଥିତ ଅଲ୍-କାଏଦା ଆତଙ୍କବାଦୀ ସଂଗଠନ ସେଲ୍ର ମୁଖ୍ୟ ଜାକିର ମୂସା ପଞ୍ଜାବରେ ଲୁଚି ରହିଥିବା ନେଇ ଗୁଇନ୍ଦା ସୁଚନା ମିଳିବା ପରେ ଭଠିଣ୍ଡା ଏବଂ ଫିରୋଜପୁର ଜିଲ୍ଲାରେ ହାଇ ଆଲର୍ଟ ଜାରୀ କରାଯାଇଛି ।
ଗୁଇନ୍ଦା ବିଭାଗ ତରଫରୁ ମିଳିଥିବା ସୁଚନା ଅନୁଯାୟୀ, ମୂଷା ଶିଖ୍ ଭେଶ ଧାରଣ କରି ପଞ୍ଜାବରେ ହିଁ ଲୁଚି ରହିଛି ଛ ସେ ବର୍ତ୍ତମାନ ଅଲ-କାଏଦାର ଶାଖା ଗଜବତ-ଉଲ-ହିନ୍ଦର ମୁଖ୍ୟ ଅଛି ଏବଂ ସେ ବୈଶ୍ୱିକ ଆତଙ୍କବାଦୀ ସଂଗଠନ ସହ ଯୋଡିତ ଥିବା ଆଶଙ୍କା କରାଯାଉଛି ।
ତେବେ ଏହି ଖବର ସାମ୍ନାକୁ ଆସିବା ପରେ ସେନାର ଯବାନ ଏବଂ ପଞ୍ଜାବ ପୋଲିସ ପକ୍ଷରୁ ଭଠିଣ୍ଡାର ବିଭିନ୍ନ ସ୍ଥାନରେ ତଲାସି ଅଭିଯାନ ଜାରୀ ରହିଛି ।
ଅନ୍ୟ ପକ୍ଷରେ ଜନତାଙ୍କୁ ସଚେତନ କରିବା ଲକ୍ଷ୍ୟରେ ସୁରକ୍ଷା ଏଜେନ୍ସି ତରଫରୁ ମୂସାର ପୁରୁଣା ଫଟୋ ସହିତ ଶିଖ୍ ବେଶର ଏକ ଫଟୋ ପଞ୍ଜାବର ବିଭିନ୍ନ ସ୍ଥାନରେ ରିଲିଜ କରାଯାଇଛି । ଏହା ପୂର୍ବରୁ ନଭେମ୍ବରରେ ମଧ୍ୟ ପଞ୍ଜାବର ଗୁରଦାସପୁର ଏବଂ ଅମୃତସରର ସୀମାବର୍ତ୍ତୀ ଅଞ୍ଚଳରେ ମୂସାର ଲୁଚି ରହିଥିବା ଖବର ପାଇ ଫଟୋ ରିଲିଜ କରାଯାଇଥିଲା ।
କାଶ୍ମୀରର ଅଲ-କାଏଦାର ଏକ ଅତଙ୍କବାଦୀ ସେଲ ଏବଂ ଆତଙ୍କବାଦୀ ସଂଗଠନ ଗଜବତ-ଉଲ-ହିନ୍ଦର ମୁଖ୍ୟ ମୂସା ପଞ୍ଜାବର ବିଭିନ୍ନ ସ୍ଥାନ ଏବଂ ଲୋକଙ୍କ ସହ ଭଲ ଭାବରେ ପରିଚିତ ଅଛି । କାରଣ ପଞ୍ଜାବରେ ସେ ୨ ବର୍ଷ କଟାଇସାରିଛି । ୨୦୧୦ ମସିହାରେ ମହାଲିସ୍ଥିତ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ସେ ଅଧ୍ୟୟନ କରିବାକୁ ଯାଇଥିଲା, କି;ୁ ଫେଲ ହେବା କାରଣରୁ ୨୦୧୩ ମସିହାରେ ସେ ଫେରି ଆସିଥିଲା । ପଞ୍ଜାବରେ ଏତେ ଦିନ ବିତାଇଥିବାରୁ ସେଠାରେ ତାର ନେଟୱାର୍କ ଭଲ ଥାଇପାରେ ବୋଲି ସନ୍ଦେହ କରାଯାଉଛି ।
