ସାମଗ୍ରୀ- ବାସୁମତି ଚାଉଳ- ୨ କପ, ତେଜପତ୍ର- ୧ଟି ଲବଙ୍ଗ-୩ ଟି, କାଜୁ ଭଜା-୨୦ ଗ୍ରାମ, ବାଦାମ୍- ୨୦ ଗ୍ରାମ, ସୋରିଷ- ୧ ଚାମଚ, ଚିନି- ୧ ଚାମଚ, ଦହି- ୧ କପ, ଘିଅ- ୨ ଚାମଚ, ଲୁଣ- ସ୍ୱାଦ ଅନୁସାରେ ।
ପ୍ରଣାଳୀ- ପ୍ରଥମେ ୨ କପ୍ ଚାଉଳରେ ଆବଶ୍ୟକ ପାଣି ଦେଇ ୧/୨ ଘଣ୍ଟା ପାଇଁ ବତୁରାଇ ରଖି ଛାଣି ଅଲଗା ରଖନ୍ତୁ । ଘିଅ ଗରମ କରି ଗୋଟା ମସଲା ଓ ତେଜପତ୍ର ପକାନ୍ତୁ । ଚାଉଳ ଓ ଲୁଣ, ହଳଦି, ଚିନି ପକାଇ ମଧ୍ୟମ ଆଞ୍ଚରେ ୨-୩ ମିନିଟ ଭାଜନ୍ତୁ । ତା’ପରେ ୪ କପ୍ ପାଣି ଦେଇ ଘୋଡାଣି ଲଗାଇ କମ୍ ଆଞ୍ଚରେ ୧୦-୧୫ ମିନିଟ ରାନ୍ଧନ୍ତୁ । ହୋଇଗଲେ ଚୁଲିରୁ କାଢି ଘୋଡାଣି ଲଗା ଅବସ୍ଥାରେ ୫-୭ ମିନିଟ ରଖନ୍ତୁ । ଏହା ପରେ ଘୋଡାଣି କାଢି ଉଷୁମ ହେବା ଯାଏ ରଖନ୍ତୁ । ସେଥିରେ ଦହି, ବାଦାମ ଓ କାଜୁ େଦେଇ ଗୋଳାଇ ଦିଅ;ୁ । ପ୍ଲେଟରେ ସର୍ଭକରି ମଜା ନିଅ;ୁ ।
Prev Post
Next Post