ମୁମ୍ବାଇ, ୨୧/୧୧ : ସୈଫ ଅଲ୍ଲୀ ଖାନ ଏବଂ କରିନା କାପୁର ଖାନ (ସୈଫିନା)ଙ୍କ ଗେହ୍ଲା ପୁଅ ତୈମୁର ଅଲ୍ଲୀ ଖାନଙ୍କ ଲୋକପ୍ରିୟତା କାହାକୁ ବା ଅଜଣା । ପ୍ରତ୍ୟକ ଦିନ ତାଙ୍କ ଖବର ଗଣ ମାଧ୍ୟମରେ ଦେଖିବାକୁ ମିଳିଥାଏ । ତେବେ ତାଙ୍କ ଲୋକପ୍ରିୟତା ଏବେ ଏତେ ମାତ୍ରାରେ ବଢିଯାଇଛି ଯେ, ଲୋକ ତାଙ୍କ ଚିତ୍ର ଥିବା କେ„ଇ ବଜାରରେ ବିକ୍ରି କରୁଛନ୍ତି । ତୈମୁରଙ୍କ କେ„ଇ ବିକ୍ରି ହେଉଥିବା ଏକ ଫଟୋ ଅଶ୍ୱିନୀ ୟାରଦୀ ନାମକ ଜଣେ ସାମ୍ବାଦୀକା ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ତେବେ ଏହା ସହ ସେ ନିଜ ପୋଷ୍ଟରେ ଲେଖିଛନ୍ତି କି, ଏହି କେ„ଇ କେରଳର ଏକ ଦୋକାନରେ ବିକ୍ରି ହେଉଛି ।
ଏହି କେ„ଇ ଦେଖିବାକୁ ଠିକ୍ ତୈମୁରଙ୍କ ଭଳି । କେବଳ ସେତିକି ନୁହେଁ କେ„ଇର କଭରରେ ତୈମୁର ମଧ୍ୟ ଲେଖାଯାଇଛି । ତେବେ କିଛି ଦିନ ପୂର୍ବରୁ କରନ ଜୋହରଙ୍କ ଲୋକପ୍ରିୟ ଚାଟ ଶୋ କଫି ୱିଥ୍ କରନରେ ସୈଫ କହିଥିଲେ କି, ତୈମୁରଙ୍କର ସୋସିଆଲ ମିଡିଆରେ ଆସୁଥିବା ଫୋଟଗୁଡିକ ବିକ୍ରି ହୁଏ ଏବଂ ଏହାର ଦାମ୍ ପ୍ରାୟ ୧୫୦୦ରୁ ଅଧିକ ରହିଥାଏ ।
Prev Post
Next Post