ପନିୀଙ୍କୁ ମନାଇବ ଆପ୍‌

ଜାପାନର ଏକ କମ୍ପାନୀ ପନିୀଙ୍କ ବ୍ୟବହାର ଜାଣିବା ପାଇଁ ଏକ ଆପ୍‌ ପ୍ରସ୍ତୁତ କରିଛନ୍ତି । ସନ୍ତାନଙ୍କ ପାଳନ, ପୋଷଣରେ ପିତା-ମାତାଙ୍କ ମଧ୍ୟରେ ସମାନତା ରହିବା ଆବଶ୍ୟକ । ଘରେ ଲୋକ ଗହଳିରେ ପତି-ପନିୀଙ୍କ ମଧ୍ୟରେ ଝଗଡା ଲାଗେ । େୱବ୍‌ସାଇଟ୍‌ ତଥ୍ୟ ଅନୁସାରେ, ମହିଳା ଓ ପୁରୁଷଙ୍କ ମଧ୍ୟରେ ମନମାଳିନ୍ୟ ହୁଏ ତେବେ ଆପ୍‌ ଭିତ୍ତିରେ ସେମାନଙ୍କର ସଂରଚନା, ସର୍କିଟ ଓ ସିଗ୍‌ନାଲ୍‌ ଅନୁସାରେ ମସ୍ତିଷ୍କ ସନ୍ତୁଳନ ଭିନ୍ନ ଭିନ୍ନ ହୋଇଥାଏ । ମହିଳା ଓ ପୁରୁଷଙ୍କୁ ସୂଚନା ଭିନ୍ନ ଭିନ୍ନ ମିଳିଲେ ଏହାର ପ୍ରତିକ୍ରିୟା ମଧ୍ୟ ଅଲଗା ଅଲଗା ହୋଇଥାଏ । ଜାପାନର ମିଠା ପ୍ରସ୍ତୁତ କରୁଥିବା ସବୁଠାରୁ ବଡ କମ୍ପାନୀ ଇଜାଫି ଗ୍ଲିକୋ ଏକ ଆପ୍‌ ଲଞ୍ଚ କରିଥିଲେ ଯାହା ହେଉଛି କୋପେ । ସେଥିରେ ‘ ପିତାଙ୍କ ପାଇଁ ମା’ଙ୍କ ଅନୁଭବ’ ଶୀର୍ଷକରେ ପନିୀର ରାଗ ସହ ଜଡିତ ପ୍ରଶ୍ନର ସମାଧାନ କରିବାରେ ସାହାଯ୍ୟ କରିବ ବୋଲି କୁହାଯାଉଛି । ସେହି ପ୍ରଶ୍ନକୁ ନେଇ ପତିଙ୍କ ମତ ଜାଣିବା ପାଇଁ େୱବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ କରାଯାଉଛି । ଯଦି ଜଣେ ମହିଳା କହୁଛନ୍ତି,‘ବର୍ତ୍ତମାନ ଏକାଠି ରହିବାର କୌଣସି ମତଲବ ନାହିଁ’ ତେବେ ସେ ଅସଲରେ ଜାଣିବାକୁ ଚାହୁଁଛି ଯେ, ତୁମେ ମୋ ବିଷୟରେ କ’ଣ ଭାବୁଛ । ଯଦି କାମ କରିବା ସମୟରେ ମହିଳା ଜଣକ କହୁଛନ୍ତି ଯେ, ମୁଁ ଯାହା କରୁଛି ତାହା ବହୁତ କଷ୍ଟ, ତେବେ ପତି ତାଙ୍କର ପ୍ରଶଂସା କରୁ ବୋଲି ସେ ଚାହାନ୍ତି । ଆପ୍‌ ମହିଳାମାନଙ୍କ ପ୍ରଶ୍ନରୁ ପୁରୁଷଙ୍କୁ ବଞ୍ଚାଇବା ନିମନ୍ତେ ଗୁଡିଏ ଉପାୟ ଜଣାଇଛି । ଯେପରିକି ଯଦି ପନିୀ ପଚାରନ୍ତି, ତୁମ ପାଇଁ କିଏ ବେଶୀ ଜରୁରୀ ଅଫିସ୍‌ ଅବା ପରିବାର? ତତ୍‌କ୍ଷଣାତ୍‌ ପତି କ୍ଷମା ପ୍ରାର୍ଥନା କରି ପନିୀଙ୍କ ନିସଙ୍ଗତା କଥା କହିବା ଆବଶ୍ୟକ । ସେହିଭଳି ପନିୀଙ୍କ ଏପରି ଜଟିଳ ପ୍ରଶ୍ନର ଉତ୍ତର ନଦେବାରେ ଥିଲେ ଅଫିସ୍‌ ସମସ୍ୟା କହି କଥା ବୁଲେଇଦେବା ଆବଶ୍ୟକ ବୋଲି ସୂଚାଇଛି । ସୋସାଲ ମିଡିଆରେ ଏହି ଆପ୍‌କୁ ନେଇ ଗୁଡିଏ ମତ ଓ ମନ୍ତବ୍ୟ ଉପସ୍ଥାପନ କରାଯାଇଛି । କିଛି ଲୋକଙ୍କ ମତରେ ଏହି ଆପ୍‌ ମହିଳାଙ୍କୁ ଉପେକ୍ଷା କରିବା ସହ ତାଙ୍କ ଉପରେ ସହାନୁଭୂତି ଦେଖାଇବା କାର୍ଯ୍ୟ କରୁଛି ବୋଲି କହିଛନ୍ତି । କମ୍ପାନୀ ଏହି କୋପେ୍‌ ଆପ୍‌ର ପ୍ରସାର ପାଇଁ ପ୍ରସ୍ତୁତ କରିଥିବା େୱବ୍‌ସାଇଟ୍‌ରେ ପୁରୁଷମାନଙ୍କୁ ଏପରି ପ୍ରୋସିାହିତ କରିଛି ଯେ ଏହା ଏକ ମହିଳା ବିରୋଧୀ ଆପ୍‌ର ପ୍ରସାର କରୁଛି ବୋଲି କୁହାଯାଉଛି । ବିବାଦ ବଢୁଥିବାରୁ କମ୍ପାନୀ େୱବ୍‌ସାଇଟ୍‌ରୁ ପରାମର୍ଶକୁ ହଟାଇବା ସହ କ୍ଷମା ପ୍ରାର୍ଥନା କରି ଜଣାଇଥିଲା ଯେ ଗ୍ରାହକଙ୍କ ଦ୍ୱାରା ଯାହା ବି ସୂଚନା ଦିଆଯିବ ସେ ଏହାକୁ ଗ୍ରହଣ କରିବେ । ପରବର୍ତ୍ତୀ ସମୟରେ ନିଜର କିଛି ସେକ୍ସନ୍‌ରେ ପରିବର୍ତ୍ତନ ମଧ୍ୟ କରିଛି ।