ପୂର୍ବତନ ମନ୍ତ୍ରୀ ଡମ୍ବୁରୁ ମାଝୀଙ୍କ ଦେହାନ୍ତ, ୮୬ ବର୍ଷରେ ଆଖିବୁଜିଲେ

ଭୁବନେଶ୍ୱର, ୩୦/୦୮ : ପୂର୍ବତନ ମନ୍ତ୍ରୀ ଡମ୍ବୁରୁ ମାଝୀଙ୍କ ଦେହାନ୍ତ । ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡମ୍ବୁରୁ ମାଝୀଙ୍କ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁ ଖବର ଶୁଣି ରାଜ୍ୟ ରାଜନୀତିରେ ଶୋକର ମାହୋଲ ଖେଳିଯାଇଛି । ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ଯାହାପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କ ଆଇସିୟୁକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ରବିବାର ସକାଳ ୫ଟା ୫ ମିନିଟରେ ଦେହାନ୍ତ ହୋଇଯାଇଛି । ୮୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଛି । ୧୯୬୭ରୁ ୧୯୯୦ ମଧ୍ୟରେ ଶ୍ରୀ ମାଝୀ ପରିବହନ, ଅର୍ଥ ଓ ସଂସ୍କୃତି ମନ୍ତ୍ରୀ ଭାବରେ ୪ଥର ରାଜ୍ୟ ମନ୍ତ୍ରୀ ମଣ୍ଡଳରେ କାର୍ଯ୍ୟ କରିଛନ୍ତି। ଡାବୁଗାଁ ତତ୍କାଳୀନ କୋଡିଙ୍ଗା ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ବ କରି ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ।