ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କରୋନା ଭାଇରସ ନେଇ ଦେଶବାସୀଙ୍କୁ କରିବେ ସମ୍ବୋଧନ

ନୂଆଦିଲ୍ଲୀ,୧୯/୩: ଭାରତ ସରକାର କରୋନା ନିୟନ୍ତ୍ରଣ ପାଇଁ ଅନେକଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟା ୮ଟାରେ ଦେଶବାସୀଙ୍କୁ କରୋନା ସଂପର୍କିତ ସଚେତନତା ପାଇଁ ସମ୍ବୋଧନ କରିବେ । କରୋନା ଭାଇରସର ପ୍ରଭାବକୁ ଦୃଷ୍ଟିରେ ମୋଦୀ ସରକାର ୩୬ଟି ଦେଶରୁ ଆସିବାକୁ ଥିବା ଯାତ୍ରୀଙ୍କ ପ୍ରବେଶକୁ କଟକଣା ଜାରି କରି ଦେଇଛନ୍ତି । ଦେଶରେ ଏପର୍ଯ୍ୟନ୍ତ ୧୫୦ରୁ ଅଧିକ ଲୋକ କରୋନା ପଜିଟିଭ ଦ୍ୱାରା ସଂକ୍ରମିତ ଅଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରମୁଖ ଡେଡୋସ ଅଦନୋମ ଗେବ୍ରେୟସସ ବୁଧବାର କହିଛନ୍ତି କରୋନା ଭାଇରସ ମାନବତାର ଶତ୍ରୁ । ଏହାରି ସଂସ୍ପର୍ଶରେ ୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ୮ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି ।