ଆସନ୍ତା ସୋମବାର ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର, ୨୦/୧୧ : ଆସନ୍ତା ସୋମବାର ଯାଏ ବିଧାନସଭା ମୁଲତବୀ ରହିଛି । ବାତ୍ୟା ଅକ୍ୱାନ ପାଇଁ ଶନିବାର ହେବାକୁ ଥିବା ଗୃହ କାର୍ଯ୍ୟକୁ ବାତିଲ କରାଯାଇଛି । ପରଦିନ ରବିବାର ପଡ଼ୁଥିବାରୁ ସିଧାସଳଖ ସୋମବାରଠାରୁ ଗୃହକାର୍ଯ୍ୟ ଆରମ୍ଭ ହେବ । ଏ ନେଇ ଗତକାଲି ବସିଥିବା ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଛି । ଆଜି ମଧ୍ୟ ଗୃହରେ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ବିଜେଡ଼ି ଓ କଂଗ୍ରେସ ସଦସ୍ୟମାନେ ନାରାବାଜି ଆରମ୍ଭ କରିଦେଇଥିଲେ । ଗଞ୍ଜାମ ବନ୍ୟା ଓ କୋଟିଆ ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲେ । ବିରୋଧୀ ସଦସ୍ୟମାନେ ଗୃହର ମଧ୍ୟ ଭାଗକୁ ଚାଲିଆସି ବାଚସ୍ପତିଙ୍କ ପୋଡ଼ିୟମ ନିକଟରେ ହଙ୍ଗାମା କରିଥିଲେ । ବାଚସ୍ପତିଙ୍କ ଅନୁରୋଧ ସତ୍ୱେ ବିରୋଧୀ ଶାନ୍ତି ବଜାୟ ନ ରଖିବାରୁ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଥିଲେ ।