ବଢିଲା ଯୁଦ୍ଧ ଆଶଙ୍କା : ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କଲେ ସ୍ଥଳସେନା ମୁଖ୍ୟ

ନୂଆଦିଲ୍ଲୀ, ୨୭/୨: ସୀମାରେ ପାକିସ୍ତାନ ପକ୍ଷରୁ ବାରମ୍ବାର ଅସ୍ତ୍ରବିରତି ଉଲଂଘନ ସହ ଭାରତ ଉପରେ ଆକ୍ରମଣ କରଯାଉଥିବାରୁ ସୀମାରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ପରିପ୍ରେକ୍ଷୀରେ ଏହି ସମସ୍ୟାର ସମାଧାନ ସହ ପାକିସ୍ତାନକୁ କିପରି ମୁହଁତୋଡ ଜବାବ୍ ଦିଆଯିବ ସେଥିଲାଗି ପ୍ରସ୍ତୁତ ହେଉଛି ଭାରତ । ଏଥିଲାଗି ଆଜି ପିଏମ୍ଓରେ ପ୍ରଧାନନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ସ୍ଥଳସେନା ମୁଖ୍ୟ ବିପିନ୍ ରାୱତ୍ । ତେବେ ଏହି ବୈଠକରେ କଣ ଆଲୋଚନା କରାଗଲା କିମ୍ବା ପାକିସ୍ତାନକୁ କିପରି ଜବାବ ଦିଆଯିବ ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତେବେ ପ୍ରଧାନମନ୍ତ୍ରୀଙ୍କ ସହ ସେନାମୁଖ୍ୟଙ୍କ ଏହି ଆଲୋଚନା ଯୁଦ୍ଧ ସହ ପାକିସ୍ତାନକୁ ମୁହଁତୋଡ ଜବାବ୍ ଦେବା ନେଇ ହୋଇଛି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି ।