ବାତ୍ୟା ଅର୍ଣ୍ଣବ: ଲ୍ୟାଣ୍ଡଫଲ୍ ପରେ ବି ବିପଦ ଟଳିନି

ଭୁବନେଶ୍ୱର, ୨୮/୧୦ : ଅତି ଭୀଷଣ ରୂପ ନେଇ ଆନ୍ଧ୍ରପ୍ରଦେଶର କାକିନାଡ଼ା ନିକଟସ୍ଥ ୟାନମ୍‌ ଅଞ୍ଚଳରେ ସ୍ଥଳଭାଗ ଛୁଇଁଛି ବାତ୍ୟା ଅର୍ଣ୍ଣବ । ଲ୍ୟାଣ୍ଡଫଲ୍‌ ସମୟରେ ଘଣ୍ଟାପ୍ରତି ୧୨୫ରୁ ୧୩୫ କିଲୋମିଟର ବେଗରେ ପବନ ବହିଥିବା ବେଳେ ଝଟକା ପବନର ବେଗ ୧୫୦ କିଲୋମିଟର ରହିଥିଲା । ବାତ୍ୟା ପ୍ରଭାବରେ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁର ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ଓ ପବନ ହୋଇଛି। ଅନେକ ସ୍ଥାନରେ ବଡ଼ ବଡ଼ ଗଛ ଭାଙ୍ଗିପଡ଼ିଥିବା ବେଳେ ସମୁଦ୍ରରେ ଉଚ୍ଚ ଜୁଆର ଦେଖିବାକୁ ମିଳିଛି ।