ଆନ୍ଧ୍ର ପ୍ରଦେଶ ଉପକୂଳରେ କଲା ଲ୍ୟାଣ୍ଡଫଲ୍

ଭୁବନେଶ୍ୱର, ୨୮/୧୦ : ଆନ୍ଧ୍ର ପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିଝଡ଼ ଅର୍ଣ୍ଣବର ପ୍ରଭାବ ଜାରି ରହିଛି। ଭାରତ ପାଣିପାଗ ବିଭାଗ କହିଛି ଯେ ଅତ୍ୟନ୍ତ ସିଭିୟର ଘୂର୍ଣ୍ଣିଝଡ଼ ଅର୍ଣ୍ଣବର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଏବେ ବି ଜାରି ରହିଛି । ଝଡ଼ର କେନ୍ଦ୍ର ଆନ୍ଧ୍ର ପ୍ରଦେଶ ଉପକୂଳର ବହୁତ ନିକଟରେ ରହିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଘୂର୍ଣ୍ଣିଝଡ଼ର ଉତ୍ତର ବକ୍ର ଅଂଶ ସ୍ଥଳଭାଗ ଭିତରକୁ ଆହୁରି ଆଗକୁ ବଢ଼ିଛି। ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆଗାମୀ ତିନି ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବାର ସମ୍ଭାବନା ଅଛି। ପାଣିପାଗ ବିଭାଗ ଏକ ସରକାରୀ ବିବୃତ୍ତିରେ କହିଛି ଯେ ଅତ୍ୟନ୍ତ ସିଭିୟର ଘୂର୍ଣ୍ଣିଝଡ଼ ଅର୍ଣ୍ଣବର କେନ୍ଦ୍ର ଆନ୍ଧ୍ର ପ୍ରଦେଶ ଉପକୂଳର ବହୁତ ନିକଟରେ ଅଛି ଏବଂ ଏହାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଛି।