ବାହାରିନରେ ଓଡ଼ିଆ ସମାଜ ପକ୍ଷରୁ ଏକ ସଭାରେ ଯୋଗ ଦେଲେ ସାଂସଦ ଅପରାଜିତା

ଭୁବନେଶ୍ୱର ୨୧/୦୩ : ବାହାରିନରେ ଓଡ଼ିଆ ସମାଜ ତରଫରୁ ଏକ ସଭାର ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ ଭୁବନେଶ୍ବର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଯୋଗଦେଇଥିଲେ । ସେ ଯୋଗଦେଇ ବାହାରିନ୍ ଓଡ଼ିଆ ସମାଜର ବହୁ ସଂଖ୍ୟାରେ ଉପସ୍ଥିତ ସଦସ୍ୟ ମାନଙ୍କୁ ଓଡ଼ିଆ ସଂସ୍କୃତି ,ଐତିହ ଏବଂ ପରମ୍ପରାକୁ ଜୀବିତ ରଖି ବିଦେଶରେ ଓଡ଼ିଶାର ନାମ ଓ ଗୌରବ ଅକ୍ଷୂର୍ଣ୍ଣ ରଖିବା ପାଇଁ ଉଦବୋଧନ ଦେଇଥିଲେ ।

ଏହି ସଭାରେ ବାହାରିନ୍ ଓଡ଼ିଆ ସମାଜର ସଭାପତି ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ମହାନ୍ତି ସଭା କୁ ସମ୍ବୋଧନ କରି ସମାଜ ତରଫରୁ କେତେକ ଆବଶ୍ୟକତାକୁ ଉପସ୍ଥାପନ କରିଥିଲେ । ଏହି ଆବଶ୍ୟକତା କୁ ଯାଥାଶୀଘ୍ର ପୂରଣ ପାଇଁ ସମ୍ମାନୀୟ ସଦସ୍ୟ ଚେଷ୍ଟା କରିବେ ବୋଲି ପ୍ରତିଶୃତି ଦେଇଥିଲେ। ଶ୍ରୀମତୀ ସାଗରିକା ମହାନ୍ତି ଏହି ସଭା କାର୍ଯ୍ୟକୁ ସୂଚାରୁ ରୂପେ ପରିଚାଳନା କରି ପ୍ରଶଂସିତ ହୋଇଥିଲେ । ସମାଜର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ସୌମ୍ୟଦର୍ଶି ଦାସ ସଭାକୁ ସମ୍ବୋଧନ କରି, ସଭାରେ ଉପସ୍ଥିତ ରହି ସଭାକୁ ସଫଳ କରିଥିବା ସମାଜର ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

SBI AD