ଭୁବେନେଶ୍ୱର ୨୧/୦୩ : ବିଶ୍ୱ ଖୁସି ଦିବସରେ ଆଲୁମିନିୟମ ଭାରତର ସର୍ବବୃହତ ଉତ୍ପାଦକ ବେଦାନ୍ତ ଆଲୁମିନିୟମ କର୍ମଚାରୀ ଏବଂ ସେମାନଙ୍କ ପରିବାରର କଲ୍ୟାଣ ଓ ଜୀବନରେ ଉନ୍ନତି ଆଣିବା ପାଇଁ କର୍ମଚାରୀ ସୁସ୍ଥତା ଓ ଜୀବନଶୈଳୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛି । ଏଥି ପାଇଁ ସ୍ୱାସ୍ଥ୍ୟ ଓ ପ୍ରଯୁକ୍ତିବଦ୍ୟା କମ୍ପାନି ମନ୍ତ୍ରା କେୟାର ସହିତ କମ୍ପାନି ସହଭାଗିତା ଘୋଷଣା କରିଛି ।
ବେଦାନ୍ତ ଆଲୁମିନିୟମ ହେଉଛି ବିଶ୍ୱର ବୃହତ ଆଲୁମିନିୟମ କମ୍ପାନି ଯାହାର ଓଡ଼ିଶା ଓ ଛତିଶଗଡ଼ରେ କାର୍ଯ୍ୟ ଚାଲିଛି ଓ ଏହା ବିବିଧ କର୍ମଚାରୀଙ୍କୁ ନେଇ ପରିଚାଳିତ । କର୍ମଚାରୀମାନେ ସର୍ବଦା ଏକ ବଡ଼ ଆହ୍ୱାନକୁ ନେଇ କାମ କରି କମ୍ପାନିର ବିକାଶ ପାଇଁ ପ୍ରୟାସ କରନ୍ତି । ବେଦାନ୍ତ ଆଲୁମିନିୟମ ପକ୍ଷରୁ ବିଶ୍ୱସ୍ତରୀୟ ଟାଉନଶିପ, ଖେଳପଡ଼ିଆ, ସୁଇମିଂ ପୁଲ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯାଇଛି ଯଦ୍ୱାରା ଏହାର କର୍ମଚାରୀମାନେ ସୁସ୍ଥ ରହିବେ ।
କମ୍ପାନି ସ୍ୱାସ୍ଥ୍ୟ ବିଭାଗ ଉପରେ ଗୁରୁତ୍ୱ ଦେଇଥାଏ ସେଥିପାଇଁ ବର୍ଷ ସାରା ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ଆୟୋଜନ କରିଥାଏ । କର୍ମଚାରୀ ଓ ସେମାନଙ୍କ ପରିବାରର ସୁସ୍ଥତା ପ୍ରତି ଧ୍ୟାନ ଦେବା ସହ ଉମଙ୍ଗ କାର୍ଯ୍ୟକ୍ରମ ଦ୍ୱାରା ଅନଲାଇନ ପରାମର୍ଶ, ଫିଜିଓଥେରାପି, ଯୋଗ , ଧ୍ୟାନ, ନିଶା ନିବାରଣ ଓ ଅନ୍ୟାନ୍ୟ ସେବା ପ୍ରଦାନ କରିଥାଏ ।
ଏହି କାର୍ଯ୍ୟକ୍ରମ ବିଷୟରେ ବେଦାନ୍ତ ଲିମିଟେଡ-ଆଲୁମିନିୟମ ବ୍ୟବସାୟର,ସିଇଓ, ଶ୍ରୀ ରାହୁଲ ଶର୍ମା, କହିଛନ୍ତିଯେ ଆଲୁମିନିୟମରେ ଆମେ ବିଶ୍ୱରେ ଅଗ୍ରଣୀ ହେବା ପାଇଁ ଲକ୍ଷ୍ୟ ରଖିଛୁ ଓ ଏଥିପାଇଁ ଆମେ ସର୍ବଦା ଆମର କର୍ମଚାରୀଙ୍କ କଲ୍ୟାଣ ପ୍ରତି ଯତ୍ନବାନ ଅଛୁ । ଏଥିପାଇଁ ଆମେ ବିଭିନ୍ନ ପର୍ଯ୍ୟାୟରେ ଅନେକ କଲ୍ୟାଣକାରୀ ପଦକ୍ଷେପ ଗ୍ରହଣ କରିଛୁ । ଉମଙ୍ଗ କାର୍ଯ୍ୟକ୍ରମ ଦ୍ୱାରା ସେମାନେ କାର୍ଯ୍ୟ କରିବାକୁ ମନୋବଳ ସଂଗ୍ରହ କରିବା ସହିତ ନିଜର ବୃତିଗତ ଜୀବନରେ ଉନ୍ନତି ଆଣିପାରିବେ ।
ଶ୍ରୀ ହିମାଂଶୁ ଜୈନ, ସିଇଓ ମନ୍ତ୍ରାକେୟାର ବେଦାନ୍ତ ଆଲୁମିନିୟମର ସହଭଭାଗୀ କହିଛନ୍ତିଯେ- ଭାରତର ଏକ ଅଗ୍ରଣୀ ସଂସ୍ଥା ବେଦାନ୍ତ ସହିତ ମିଶି କାର୍ଯ୍ୟକରୁଥିବାରୁ ଆମେ ଆନନ୍ଦିତ । ବେଦାନ୍ତରେ କର୍ମଚାରୀଙ୍କ ସୁସ୍ଥତା ଓ ଉପଯୁକ୍ତ ଜୀବନଶୈଳୀ ଏକ ପ୍ରମୁଖ ପ୍ରାଥମିକତା ଅଟେ । ସେମାନଙ୍କ ବ୍ୟକ୍ତିଗତ ଜୀବନରେ ପରିବର୍ତନ ଆଣିବା ଲାଗି ଆମେ ପ୍ରୟାସ କରିବୁ ।
ବେଦାନ୍ତ ଆଲୁମିନିୟମର ର୍ୟାମଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୧ରେ ୨ୟ ର୍ୟାଂଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।
