ବିୟର ନିଶା କେବଳ ମଣିଷଙ୍କୁ ଲାଳାୟିତ କରେନି ଜୀବଜନ୍ତୁ ବି ଏହି ନିଶାରେ ମତୁଆଲା। ଅଦ୍ଭୁତ ଦୁନିଆରେ ଅଜବ କାରନାମା। ଓଟ ବି ବିୟର ନିଶାରେ ହେଲା ଚୁର୍ । ମଜାଦାର ଭିଡିଓରେ ଭାଇରାଲ ହେଲା ଗୋଟିଏ ଓଟ। ଭିଡିଓରେ ଜଣେ ଲୋକ କାରରେ ବିୟରର ଏକ କେନ ଧରି ବସିଥିବା ବେଳେ କିଛି ଓଟଙ୍କୁ ସେହି କେନ ଦେଖେଇବାକୁ ଲାଗିଲା। ଗୋଟିଏ ଓଟ ସେହି ଆଡକୁ ଆସି ପୂରା କେନ୍କୁ ଟାଣି ନେଇ ସେଥିରେ ଥିବା ବିୟରକୁ ଗୋଟିଏ ନିଶ୍ୱାସରେ ସବୁ ପିଇଦେଲା। ବିୟର ନିଶାରେ ଓଟ ବି ହେଲା ବେହୋସ୍। ଏହି ଅବସରରେ ବିୟର ଦେଇଥିବା ବ୍ୟକ୍ତି ଏହାକୁ ତାଙ୍କ ଫୋନରେ ରେକର୍ଡ କରି ନିଜ ଇଷ୍ଟାଗ୍ରାମ ପେଜରେ ସେୟାର କରିଥିଲେ।
