ଭୁବନେଶ୍ୱର,୧୭/୪: ଆଜି ପ୍ରବାଦ ପୁରୁଷ ବିଜୁବାବୁଙ୍କ ୨୩ ତମ ଶ୍ରାଦ୍ଧଦିବସ । ଏହି ଦିବସରେ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ ମାଧ୍ୟମରେ କହିଛନ୍ତି, ଲୋକଙ୍କ ସହ ରହିବା ଓ ଲୋକଙ୍କ ଉନ୍ନତି ପାଇଁ କାମ କରିବା ବିଜୁବାବୁଙ୍କ ମନ୍ତ୍ରଥିଲା । ଲୋକଙ୍କ ସେବାପାଇଁ ସେ ଆମକୁ ଅନୁପ୍ରାଣିତ କରିଆସିଛନ୍ତି ।
ସାରା ବିଶ୍ବ ଏବେ କରୋନାକୁ ନେଇ ସଙ୍କଟରେ । ଓଡ଼ିଶା ମଧ୍ୟ କରୋନା ମୁକାବିଲା କରୁଛି । ତେଣୁ ବିଜୁବାବୁଙ୍କ ଶ୍ରାଦ୍ଧଦିବସକୁ ନିରାଡମ୍ବର ଭାବେ ପାଳନ କରିବାପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ସାମାଜିକ ଦୂରତା ରକ୍ଷା କରି ବିଜୁ ଜନତା ଦଳର ଅଗଣିତ କର୍ମୀ ଓ ଦଳର ନେତୃବୃନ୍ଦ ନିଜ ନିଜ ଘରେ ବିଜୁ ବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରିବାକୁ କୁହାଯାଇଛି ।