ବିଜେପି ପ୍ରଭାରୀଙ୍କ କାର୍‌ରୁ ୫.୩୬ ଲକ୍ଷ ଟଙ୍କା ଜବତ

ଗଞ୍ଜାମ ,୨୭/୩ : ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକୟାଁ ଛକରେ ବୁଧବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ଭାଜପା ସମର୍ଥକଙ୍କ କାର (ନଂ.ଓଆର୦୨ବିସି-୮୮୯୯)ରୁ ଲକ୍ଷାଧିକ ଟଙ୍କା ଜବତ କରାଯାଇଛି। ପ୍ରାପ୍ତ ସୂଚନାକୁ ଭିତ୍ତିକରି ଦିଗପହଣ୍ଡି ବ୍ଲକ ନିର୍ବାଚନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଅଦୈତ କୁମାର ସ୍ବାଇଁ, ବ୍ଲକ ସହକାରୀ କୃଷି ଅଧିକାରୀ ପଦାରବିନ୍ଦ ସାହୁ, ଦକ୍ଷ ପ୍ରସାଦ ଆଚାର୍ଯ୍ୟ, ରାଜସ୍ବ ନିରୀକ୍ଷକ ରନତ୍ାକର ସ୍ବାଇଁଙ୍କ ଉପସ୍ଥିତିରେ ପୋଲିସ ଏଏସଆଇ ବି.ଲାଛମେୟା ରେଡ୍ଡୀ ଗାଡ଼ି ଖାନତଲାସ କରିଥିଲେ। ୨ଟି ଏୟାର ବ୍ୟାଗରେ ଥିବା ୫ଲକ୍ଷ ୩୬ ହଜାର ଟଙ୍କା ଥିବା ଜଣାପଡ଼ିଥିଲା। ପୋଲିସ ଗାଡ଼ିରେ ବସିଥିବା ଗଜପତି ଜିଲା ଭାଜପା ପ୍ରଭାରୀ ପବିତ୍ର ମୋହନ ଦାସ, ଗଞ୍ଜାମ ଜିଲା କାର୍ଯ୍ୟକର୍ତ୍ତା କୁଞ୍ଜ ବିହାରୀ ପାଣିଗ୍ରାହୀ, ଯାଜପୁର ଅଞ୍ଚଳର ବିଶ୍ୱମୋହନ ଦାସଙ୍କ ସହ ଗାଡି ଚାଳକ ଓ ଅନ୍ୟଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଟଙ୍କା ବ୍ୟାଗ ଥିବା କାରଟି ବ୍ରହ୍ମପୁରରୁ ଗଜପତି ଜିଲା ମୋହନା ଯାଉଥିବା ବେଳେ ଧରାପଡ଼ିଥିବା ବ୍ଲକ ନିର୍ବାଚନ ଅଧିକାରୀ ଜଣାଇଛନ୍ତି।