ପଦ୍ମପୁର,୨୫/୩ : ବରଗଡ଼ ଜିଲା ବିଜେପୁର ବିଧାନସଭା ଆସନ ପାଇଁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ମୁଖ୍ୟମନ୍ତ୍ରୀ ସତୀଭଟା ଏୟାରକ୍ରାଫ୍ଟରେ ଓହ୍ଲାଇବା ପରେ ଏକ ସାଧାରଣ ସଭାରେ ଯୋଗଦେଇଥିଲେ ଏବଂ ପରେ ଉପଜିଲାପାଳଙ୍କ ଅଫିସରେ ପହଞ୍ଚିଥିଲେ।
ଅପରାହ୍ନ ୨ଟା ୪୦ମିନିଟ୍ରେ ସେ ପଦ୍ମପୁର ଉପଜିଲାପାଳ ତନ୍ମୟ କୁମାର ଦରୱାନଙ୍କ ନିକଟରେ ତାଙ୍କ ନାମାଙ୍କନ ଦାଖଲ କରିଛନ୍ତି। ଏଥିରେ ବିଜେପୁର ବିଧାୟିକା ରୀତା ସାହୁ ପ୍ରସ୍ତାବକଭାବେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି। ନାମାଙ୍କନ ଦାଖଲ ସମୟରେ ମନ୍ତ୍ରୀ ସୁଶାନ୍ତ ସିଂ, ସ୍ନେହାଙ୍ଗିନୀ ଛୁରିଆ, ଏମ୍ପି ପ୍ରସନ୍ନ ଆଚାର୍ଯ୍ୟ, ବରଗଡ଼ ଏମ୍ପି ଡଃ ପ୍ରଭାସ ସିଂ, ବିଜେପୁର ବିଧାୟିକା ରୀତା ସାହୁ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ, ପୂର୍ବତନ ମନ୍ତ୍ରୀ ବିଜୟ ରଞ୍ଜନ ସିଂ ବରିହା ପ୍ରମୁଖ ଉପସ୍ଥିତ ଥିଲେ ।